fbpx

ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଗିରଫ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରିଥିଲା ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମଙ୍ଗଳବାର ଅଜୟଙ୍କୁ ଗିରଫ କରିଛି ପୋଲିସ । ଆୟଠାରୁ ଅଧିକ ୨୯୩ ପ୍ରତିଶତ ସମ୍ପତ୍ତି ଠୁଳ କରଥିବା ଯୋଗୁଁ ଗିରଫ କରାଯାଇଛି ।

ସୋମବାର ଅଜୟଙ୍କ ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେର ସମେତ ୬ ଟି ସ୍ଥାନରେ ରେଡ୍ କରିଥିଲା ପୋଲିସ୍ । ରେଡ୍ ବେଳେ ୮୪ ହଜାରରୁ ଅଧିକ ନଗଦ ଟଙ୍କା, କାର ସହ ୩ ଦାମୀ ବାଇକ୍ ଅନେକ କୋଠା, , ଅଳଙ୍କାର ଜବତ କରିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.