fbpx

ଯୁବତୀଙ୍କ ଦୁଷ୍କର୍ମର ଭିଡିଓ କରିବା ପରେ ୫ ଜଣଙ୍କ ଦ୍ୱାରା କରାଇଲା ରେପ: ପୋଲିସ ସହ ଗଣ୍ଡଗୋଳରେ ମୃତ

ନୂଆଦିଲ୍ଳୀ: ପୋଲିସ ଗୁଳିରେ ପ୍ରାଣ ହରାଇଲା ଯୁବତୀଙ୍କ ଦୁଷ୍କର୍ମ ଭିଡିଓ କରି ବ୍ଲାକମେଲ କରୁଥିବା ଅଭିଯୁକ୍ତ । ଆସାମର ଗୌହାଟିରେ ଘଟିଛଇ ଏଭଳି ଏକ ଅଭାବନୀୟ ଘଟଣା । ଗିରଫ ସମୟରେ ଖସିଯିବାକୁ ଚେଷ୍ଟା କରିବା ସହିତ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ଅଭିଯୁକ୍ତ । ତେବେ ପୋଲିସର ପାଲଟା ଜବାବରେ ଏନକାଉଣ୍ଟରରେ ପ୍ରାଣ ହରାଇଛି ।

ସୂଚନା ଅନୁସାରେ, ଆସାମ ପୋଲିସ ମୁତାବକ ଆରୋପୀ ବିକି ଅଲୀ ୧୬ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିବା ସହିତ ଏହାର ଭିଡିଓ କରି ମହିଳାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ, ଦୁଷ୍କର୍ମର ଭିଡିଓ ଡିଲିଟ କରିବା ବାହାନାରେ ଡାକି ଏକ ହୋଟେଲରେ ଅନ୍ୟ ୫ ଜଣଙ୍କ ସହିତ ଦୁଷ୍କର୍ମ ରଚିଥିଲା ବିକି । ତେବେ ଏ ନେଇ ଏକ ମାମଲା ରୁଜୁ କରି ବିକିକୁ ଗିରଫ କରିଥିଲା ମହିଳା ପୋଲିସ । ତେବେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପାନବଜାର ଯାଇଥିଲା । କିନ୍ତୁ ଏଠାରେ ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରିବା ସହିତ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ଅଭିଯୁକ୍ତ ବିକି । କିନ୍ତୁ ପୋଲିସର ପାଲଟା ଜବାବ ବିକି ପାଇଁ ମହଙ୍ଗା ପଡିଛି । ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇତିବା ନେେଇ ସୂଚନା ମିଳିଛି ।

Get real time updates directly on you device, subscribe now.