fbpx

କରୋନା ଭାଇରସର ନୂଆ ଭାରିଆଣ୍ଟ, ଇସ୍ରାଏଲରୁ ମିଳିଲା ୨ ମାମଲା: ଜାଣନ୍ତୁ ଏହାର ଲକ୍ଷଣ ଏବଂ ଗମ୍ଭୀରତା

କରୋନା ଭାଇରସର ପ୍ରକୋପ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଏହାର ଏକ ନୂଆ ଭାରିଆଣ୍ଟ ନେଇ ଖବର ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର କୋଭିଡର ୨ ଟି ନୂଆ ଭାରିଆଣ୍ଟ ନେଇ ଦାବି କରିଛି ।

ଇସ୍ରାଏଲର ବେନ ଗୁରିୟମ ଏୟାରପୋର୍ଟ ରେ ଦୁଇ ଯାତ୍ରୀଙ୍କ ଟେଷ୍ଟ ପରେ ଓମିକ୍ରନ ଭାରିଆଣ୍ଟର ଦୁଇ ସବ୍ ଭାରିଆଣ୍ଟ ବିଏ.୧ ଏବଂ ବିଏ ୨ ର ମିଶ୍ରଣରେ ଏହି ନୂଆ ଭାରିଆଣ୍ଟର ସନ୍ଧାନ ମିଳିଛି । ଏହାକୁ ନେଇ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଏହା ବର୍ତ୍ତମାନ ଦୁନିଆରେ ଅନ୍ୟ କେଉଁଠାୋ ଦେଖାଯାଇନାହିଁ ।

ଏହି ନୂଆ ଭାରିଆଣ୍ଟରେ ହାଲୁକା ଜ୍ୱର, ମୁଣ୍ଡବିନ୍ଧା, ଶରରୀର ପୀଡ଼ା ଭଳି ଲକ୍ଷଣ ଦେଖାଯାଉଛି, ତେବେ ବର୍ତ୍ତମାନ ଏହା ଭୟଙ୍କର ହୋଇନାହିଁ । ସେପଟେ ମନ୍ତ୍ରାଳୟ ତରଫରୁ ଏହାକୁ ନେଇ ନଡରିବାକୁ ପରାମର୍ଶ ଦିଆଯାଇଛି ।

 

Get real time updates directly on you device, subscribe now.