fbpx

ସବୁ କଳ୍ପନା ଜଳ୍ପନା ଘଟିଲା ଅନ୍ତ, ବଦଳିବନି ଗୋଆ ଓ ମଣିପୁର ନେତୃତ୍ୱ : ପ୍ରମୋଦ, ବୀରେନ୍‌ ପୁଣି ବିଜେପି ଚେହେରା

ନୂଆଦିଲ୍ଲୀ : ଗୋଆ ଓ ମଣିୁରରେ ବିଜେପିର ବିପୁଳ ବିଜୟ ପରେ ଏହାର ନେତୃତ୍ୱକୁ ନେଇ ଯେଉଁ ଦ୍ବନ୍ଦ ଦେଖାଦେଇଥିଲା ସେ ସବୁର ପୁର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ପ୍ରମୋଦ ସାୱନ୍ତ ଓ ଏନ.ବୀରେନ ସିଂ ଯଥାକ୍ରମେ ଗୋଆ ଓ ମଣିପୁରର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ଏ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ପକ୍ଷରୁ ମଧ୍ୟ ସବୁଜ ସଂକେତ ମିଳିଛି ।

ବୁଧବାର ଉଭୟ ନେତା ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଲଗା ଅଲଗାଭାବେ ଭେଟିଥିଲେ । ଗୋଆରେ ବିଜେପି କ୍ରମାଗତ ୩ୟ ଥର ପାଇଁ କ୍ଷମତାସୀନ ହୋଇଛି । ତେବେ ଗତ କିଛି ଦିନ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ନବ ନିର୍ବାଚିତ ବିଜେପି ବିଧାୟକ ବିଶ୍ୱଜିତ ରାଣେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି କେତେକ ମହଲରେ ଆଲୋଚନା ଜୋର ଧରିଥିଲା । ସେ ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ଆଲୋଚନା ଆହୁରି ଜୋର ଧରିଥିଲା କିନ୍ତ, ଆଜି ଦଳ ପକ୍ଷରୁ ପ୍ରମୋଦଙ୍କ ନାମରେ ମୋହର ମାରିଛି । ଅନ୍ୟପକ୍ଷରେ ଏନ.ବିରେନ ସିଂ ମଣିୁରର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ସ୍ପଷ୍ଟ ହୋଇଯାଇଛି ।

Get real time updates directly on you device, subscribe now.