fbpx

ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ ! ଭଣଜାର ଲାଠି ମାଡ଼ରେ ଚାଲିଗଲା ମାମୁଁର ଜୀବନ

ବାଲିମେଳା (ଭାସ୍କର ନ୍ୟୁଜ୍‌) : ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ଗ୍ରାମପଞ୍ଚାୟତ ରେ ଘଟିଛି ଅଭାବନୀୟ ଘଟଣା । ଭଣଜାର ଲାଠି ମାଡରେ ଆଖିବୁଜିଲା ମାମୁଁ । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ମହୁଦର ଗ୍ରାମରେ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ ନେଇ ଗତକାଲି ମହୁଦର ଗ୍ରାମର ଚଣ୍ଡାଳ ପାଙ୍ଗି ନିଜ ମାମୁଁ ଗୁରୁ ଖିଲଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ଏଥିରେ ଉତକ୍ଷିପ୍ତ ହୋଇ ଚଣ୍ଡାଳ ପାଙ୍ଗି ଏକ ଲାଠିରେ ଗୁରୁ ଖିଲଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ । ଗଭୀର ଆଘାତ ଓ ପ୍ରବଳ ରକ୍ତ ସ୍ରାବ ଯୋଗୁ ଘଟଣା ସ୍ଥଳରେ ଗୁରୁ ଖିଲଙ୍କ ମୃତ୍ୟୁ ହୋଇଥିଲା । ଏ ସଂକ୍ରାନ୍ତରେ ଗୁରୁ ଖିଲଙ୍କ ପୁଅ ଘାସି ଖିଲ ଚିତକୋଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ତୁରନ୍ତ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମୋଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପୋଲିସ ଏ ସଂକ୍ରାନ୍ତରେ ଚିତ୍ରକୋଣ୍ଡା ଥାନାରେ କେସ ନଂ ୪୦/୨୦୨୨ ଅନୁଯାଇ ମାମଲା ରୁଜୁକରି ହତ୍ୟା ଅଭିଯୋଗରେ ଚଣ୍ଡାଳ ପାଙ୍ଗିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ଅନୁସନ୍ଧାନ ଜାରି ରହିଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.