fbpx

ଆଇସିସି ବିଶ୍ୱ ଟେଷ୍ଟ କ୍ରିକେଟ ଚାମ୍ପିଅନସିପ୍ ପଏଣ୍ଟ ତାଲିକା: ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨- ୦ରେ କ୍ଳିନ୍‌ ସୁଇପ ବିଜୟ ହାସଲ କରିଥିଲେ ହେଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶି ପଏଣ୍ଟ ତାଲିକାରେ ବିଶେଷ ଉନ୍ନତି ଆଣିପାରି ନାହିଁ । ଏହି ବିଜୟ ସତ୍ତେ୍ୱ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ । ତେଣୁ ପରବର୍ତ୍ତୀ ସମୟରେ ଭାରତ ଖେଳିବାକୁ ଥିବା ବିଶ୍ୱ ଟେଷ୍ଟ କ୍ରିକେଟ ଚାମ୍ପିଅନସିପ ଅନ୍ତର୍ଗତ ଅବଶିଷ୍ଟ ୭ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃ୍‌ତ୍ତ୍ୱଧୀନ ଭାରତୀୟ ଦଳ ଆଗକୁ ଆହୁରି ଅନେକ ଦୂର ଗତି କରିବାକୁ ପଡିବ ।

ବର୍ତ୍ତମରନ ଅଷ୍ଟ୍ରେଲିଆ ଖେଳିଥିବା ବିଶ୍ୱ ଟେଷ୍ଟ କ୍ରିକେଟ ଚାମ୍ପିଅନଶି ୫ ଟେଷ୍ଟ ମ୍ୟାଚ ମଧ୍ୟରୁ ୪ ବିଜୟ ଓ ଗୋଟିଏ ଡ୍ର ସହିତ ସର୍ବାଧିକ ୫୬ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆର ବିଜୟ ହାର ୭୭.୭୭% ରହିଥିବା ବେଳେ ପାକିସ୍ତନର ବିଜୟ ହାର ୬୬.୬୬% ଓ ୪୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନ ପାଇଛି । ଅବଶ୍ୟ ଚଳିତ ଅଷ୍ଟ୍ରେଲିଆ-ପାକିସ୍ତାନ ଚଳିତ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫଳାଫଳ ସ୍ପଷ୍ଟ ହେବା ପେର ପଏଣ୍ଟ ଟେବୁଲରେ କିଛି ପରିବର୍ତ୍ତନ ହୋଇ ପାରେ । ସେହିପରି ବିଶ୍ୱ ଟେଷ୍ଟ କ୍ରିକେଟ ଚାମ୍ପିଅନଶିପ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାର ପଏଣ୍ଟ ୩୬ ଥିବା ବେଳେ ବିଜୟ ହାର ହେଉଛି ୬୦%। ଅନ୍ୟ ପକ୍ଷରେ ଭାରତ ବିଶ୍ୱ ଟେଷ୍ଟ କ୍ରିକେଟ ଚାମ୍ପିଅନଶି ସଶକେଲରେ ଆଜି ପର୍ଯ୍ୟନ୍ତ ୧୧ ଟେଷ୍ଟ ଖେଳି ୬ ମ୍ୟାଚରେ ବିଜୟୀ ଓ ୩ ମ୍ୟାଚ ହାରିଛି । ଅବଶିଷ୍ଟ ୨ ମ୍ୟାଚ ଡ୍ର ରଖି ଅନ୍ୟ ଦଳ ଅପେକ୍ଷା ସର୍ବାଧିକ ୭୭ ପଏଣ୍ଟ ପାଇ ଥିଲେ ହେଁ ବିଜୟ ହାର ହେଉଛି ୫୮.୩୩% ।

ନିକଟରେ ଦକ୍ଷିଣ ଆଫ୍ରିକା ଠାରୁ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧- ୨ରେ ହାରିଯିବା ପରେ ବିଜୟ ହାର କମିଗଲା । ତେଣୁ ଆଗାମୀ ସମୟରେ ଭାରତ ଖେଳିବାକୁ ଥିବା ୭ ଟେଷ୍ଟରେ ଭଲ ପ୍ରଦର୍ଶନ କଲେ ବିଜୟ ହାରରେ ବୃଦ୍ଧି ହୋଇ ପାରିବ । ଗତ ବର୍ଷ ଭାରତ ବିଶ୍ୱ ଟେଷ୍ଟ ଟେଷ୍ଟ କ୍ରିକେଟ ଚାମ୍ପିଅନଶି ଫାଇନାଲରେ ପ୍ରବେଶ କରିଥିଲେ ହେଁ ନ୍ୟୁଜିଲାଣ୍ଡ ଠାରୁ ହାରି ଯାଇଥିଲା । ଚଳିତ ବର୍ଷର ଆଇପିଏଲ ପରେ ଭାରତ ପୁଣି ଆରମ୍ଭ କରିବ ବିଶ୍ୱ ଟେଷ୍ଟ ଟେଷ୍ଟ କ୍ରିକେଟ ଚାମ୍ପିଅନଶି ଅଭିଯାନ । ଏଥିରେ ଇଂଲଣ୍ଡ ବିରୋଧରେ ୧,ବାଂଲାଦେଶ ବିପକ୍ଷରେ ୨ ଓ ଅଷ୍ଟ୍ରେଲିଆ ବିରୋଧରେ ୪ ଟେଷ୍ଟ ଖେଳିବା କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.