fbpx

ବାଘ ମୁହଁରୁ ଭାଉଜକୁ ବଞ୍ଚାଇଦେଲେ ଦିଅର: ଗାଁରେ ଭୟର ବାତାବରଣ (Video)

ଭାଉଜଙ୍କୁ ମରଣ ମୁହଁରୁ ବଞ୍ଚାଇଲେ ଦିଅର । ବାଘ ମୁହଁରୁ ଭାଉଜଙ୍କୁ ବଞ୍ଚାଇଛନ୍ତି ଦିଅର । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବଲ୍କ ଅନ୍ତର୍ଗତ ତାରଣା ଗାଁରେ ।

ସୂଚନା ଅନୁସାରେ ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଭାଉଜ ମଇନା ହଁସଦା ପରିସ୍ରା ପାଇଁ ବାହରକୁ ଆସିଥିବା ବେଳେ ବାଘ ଆକ୍ରମଣର ଶିକାର ହୋଇଥିଲେ ତାଙ୍କ ପାଟିଶୁଣି ଦିଅର ଦଶରଥ ହାସଁଦା ଉପସ୍ଥିତ ବୁଦ୍ଧି ଖଟାଇ ଭାଉଜଙ୍କୁ ବାଘ କବଳରୁ ବଞ୍ଜାଇ ଥିବାବେଳେ ଗ୍ରାମବାସୀଙ୍କ ପାଟିଶୁଣି ବାଘଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ତେବେ ଉଭୟ ଦିଆର ଓ ଭାଉଜ ବାଘ ଆକ୍ରମଣରେ ଗୁରୁତର ହୋଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ଥିବା ବେଳେ ବାଘ ଆକ୍ରମଣକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି ।

Get real time updates directly on you device, subscribe now.