fbpx

ପ୍ରକୃତିର କମାଲ୍: ବକଳ ଛାଡ଼ିବା ମାତ୍ରେ ଗଛରେ ଦେଖାଯାଉଛି ‘ଇନ୍ଦଧନୁ’ର ରଙ୍ଗ , ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପ୍ରକୃତିରେ ଏପରି କିଛି ଘଟଣା ରହିଛି, ଯାହାକୁ ଆପଣ ଆଖିରେ ଦେଖି ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ସେହିପରି ନିକଟରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗଛମାନଙ୍କୁ ଇନ୍ଦ୍ରଧନୁର ରଙ୍ଗ ଦେଖିବାକୁ ମିଳିଛି । ଏହାକୁ କେହି ପେଣ୍ଟ କରିନାହାନ୍ତି କି ଏହା କୌଣସି ଫଟୋଶପ୍ ନୁହେଁ । ଭାରତୀୟ ବନସେବା ଅଧିକାରୀ ଆଇଏଫଏସ ଏପରି ଅଦ୍ଭୁଦ ଗଛର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ତେବେ ଗଛଟି ଯେବେ ବକଳ ଛାଡୁଛି, ସେବେ ତାହା ରଙ୍ଗବେରଙ୍ଗର ଦେଖିବାକୁ ମିଳିଛୁ ଯାହାକି କୌଣସ ଇନ୍ଦ୍ରଧନୁଠାରୁ କମ୍ ନୁହେଁ । ଲୋକମାନେ ଏହାକୁ ଦେଖି ବିଶ୍ୱାସ କରିପାରୁ ନାହାନ୍ତି । ତେବେ ଏହି ଗଛର ନାଁ ହେଉଛି ୟୁକାଲିପ୍ଟସ ଡିଗ୍ଲୁପ୍ଟା, ଯାହାକୁ ଦୁନିଆରେ ‘ଇନ୍ଦ୍ରଧନୁଷ ୟୁକାଲିପ୍ଟସ’ ବା ନୀଳଗିରି ନାମରେ ଜାଣନ୍ତି ।

ଏହି ଅଦ୍ଭୁତ ଏବଂ ଅବିଶ୍ୱସନୀୟ ଗଛ ମୁଖ୍ୟତଃ ରୂପେ ହୱାଇ, ଫିଲିପାଇନ୍ସ, ଇଣ୍ଡୋନେସିଆ, ପାପୁଆ ନ୍ୟୁ ଗିନି ଏବଂ କାଲିଫର୍ଣ୍ଣିଆ, ଟେକ୍ସାସ ଏବଂ ଫ୍ଲୋରିଡାର ଦକ୍ଷିଣ ଅଞ୍ଚଳରେ ଦେଖାଯାଏ । ଏହା ଗଛଗୁଡ଼ିକର କବଳ ପ୍ରାକୃତିକ ଭାବରେ ବିଭିନ୍ନ ରଙ୍ଗରେ ପରିଣତ ହୋଇଯାଏ ।

ଯେତେବେଳେ ଏହି ଗଛଗୁଡ଼ିକର ବକଳ ବର୍ଷସାରା ବାହାରିବାରେ ଲାଗିଥାଏ, ସେବେ ଗଛରେ ‘ଇନ୍ଦ୍ରଧନୁ’ର ରଙ୍ଗ ଦେଖିବାକୁ ମିଳିଥାଏ । ନୂତନ ଗଛର ପ୍ରତ୍ୟେକ ସ୍ତର ପରିପକ୍ୱ ହେବା ସହିତ ଏହା ନୀଳ, ବାଇଗଣୀ, କମଳା ଏବଂ ଲାଲ ହୋଇଯାଏ । ଏହି ଗଛଗୁଡିକ ଆର୍ଦ୍ର ପରିବେଶରେ ଓ ପ୍ରତ୍ୟେକ ଋତୁରେ ୩ ଫୁଟ ବଢ଼ିପାରେ । ଦେଶୀ ପରିବେଶରେ ଗଛଗୁଡିକ ୨୫୦ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ ।

Get real time updates directly on you device, subscribe now.