fbpx

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବାପାଙ୍କ ସହ ସଂପର୍କ ନ ରଖିଲେ ଝିଅକୁ ମିଳିବନି ଅର୍ଥ

ନୂଆଦିଲ୍ଲୀ : ଦୁଇପକ୍ଷ ମଧ୍ୟରେ ଛାଡପତ୍ର ସହିତ ଜଡିତ ଏକ ମାମଲାର ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବାପାଙ୍କ ସହ ସଂପର୍କ ନ ରଖିଲେ ଝିଅକୁ ଖର୍ଚ୍ଚ କରିବା ପାଇଁ ଅର୍ଥ ମିଳିବ ନାହିଁ । ଝିଅ ଯଦି ନିଜ ବାପାଙ୍କଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହ ସଂପର୍କ ନ ରଖେ ତେବେ ଝିଅର କୌଣସି ଖର୍ଚ୍ଚ ଉଠାଇବା ପାଇଁ ବାପା ବାଧ୍ୟ ନୁହଁନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଷନ ଓ ଜଷ୍ଟିସ ଏମ୍‌ଏମ୍‌ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାରେ ଶୀର୍ଷ ଅଦାଲତ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ସମସ୍ତ ଦାବି ପୂରଣ କରିବାକୁ ନିର୍ଦ୍ଦେଶ ଦେବାସହ ୧୦ଲକ୍ଷ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇମାସ ଭିତରେ ଏହି ଟଙ୍କା ଅଦାଲତରେ ଜମା କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେବା ସହ ଏହି ଜମାରାଶି ଅଭିଯୋଗକାରିଣୀ ପତ୍ନୀଙ୍କୁ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଯଦି ଜମାକାରୀଙ୍କର ଏକ ମାସ ଭିତରେ ଏହି ମହିଳା ଉକ୍ତ ରାଶି ପାଇଁ ଦାବି ନ କରନ୍ତି, ତେବେ ଏହା ୯୧ଦିନର ଏଫ୍‌ଡିଆର୍‌ରେ ରଖାଯିବ । ଝିଅର ଶିକ୍ଷା ଓ ବାହାଘର ଖର୍ଚ୍ଚକୁ ନେଇ ହୋଇଥିବା ଅଭିଯୋଗ ଉପରେ ମତ ରଖି କୋର୍ଟ କହିଛନ୍ତି ଝିଅର ବୟସ ଏବେ ୨୦ବର୍ଷ । ଭବିଷ୍ୟତର ରାସ୍ତା ବାଛିବା ପାଇଁ ତା’ର ଅଧିକାର ରହିଛି । କିନ୍ତୁ ଆବେଦନକାରୀ ଶିକ୍ଷା ପାଇଁ କୌଣସି ଖର୍ଚ୍ଚ ମାଗିପାରିବେ ନାହିଁ । ଝିଅ କୌଣସି ରାଶି ଦାବି କରିବା ପାଇଁ ହକଦାର ମଧ୍ୟ ନୁହେଁ, କିନ୍ତୁ ପ୍ରତିପକ୍ଷର ସ୍ଥାୟୀ ଜୀବନ କାଟିବା ପାଇଁ ଭତ୍ତା ରାଶିର ନିର୍ଦ୍ଧାରଣ କରିବା ଜରୁରୀ । ପ୍ରତିପକ୍ଷ ଯଦି ଝିଅକୁ ସମର୍ଥନ କରିବାକୁ ଚାହାନ୍ତି ତେବେ ବଞ୍ଚିବା ପାଇଁ ଖର୍ଚ୍ଚ ଦେଇପାରିବେ ବୋଲି କୋର୍ଟ କହିଛନ୍ତି ।

ସୂଚନା ଥାଉ କି ୧୯୯୮ ମସିହାରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏକ ଦମ୍ପତି ବିବାହ କରିଥିଲେ । ତେବେ ୨୦୦୧ରେ ସେମାନେ ଅଲଗା ହୋଇଯାଇଥିଲେ । ସେତେବେଳେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା । ଝିଅର ହକ ପାଇଁ କୋର୍ଟରେ ମାମଲା ରୁଜୁ କରାଯାଇଥିଲା ।

Get real time updates directly on you device, subscribe now.