fbpx

କୁର୍ଲୁ ଘାଟିରେ କାର୍ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ୨ ଗୁରୁତର

ନବରଙ୍ଗପୁର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଆଜି ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, କୁର୍ଲୁ ଘାଟିରେ ଗଛରେ ପିଟି ହୋଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟି ତେନ୍ତୁଳିଖୁଣ୍ଟି ବ୍ଲକ ଦିଗିସଲପାରୁ ନବରଙ୍ଗପୁର ଆସୁଥିବା ବେଳେ ହୋଇଥିଲା ଏହି ଦୁର୍ଘଟଣା । ଏଥିରେ ଗୁରୁତର ଆହତ ହୋଇଥିବା ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ଖାତିଗୁଡ଼ା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ରାସ୍ତାରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା କୁହାଯାଉଛି ।

Get real time updates directly on you device, subscribe now.