ପାଟନାରେ ଚପଲମାର ହୋଲି! ୱାଟରପାର୍କରେ ରଙ୍ଗ ବଦଳରେ ଉଡ଼ିଲା ଜୋତା-ଚପଲ, ସାମ୍ନାକୁ ଆସିଲା Video

ପାଟନା: ହୋଲିର ପର୍ବରେ ଲୋକମାନେ ନିଜ ନିଜ ଉପାୟରେ ରଙ୍ଗ ଲଗାନ୍ତି । କିଏ ଲାଠିମାର ହୋଲି ଖେଳନ୍ତି ତ କିଏ ଫୁଲ ଓ ରଙ୍ଗ ସହ ଖେଳନ୍ତି । କିନ୍ତୁ ବିହାରର ରାଜଧାନୀ ପାଟନାରେ ଏପରି ଖୋଳି ଖେଳାଯାଇଛି, ଯେଉଁଥିରେ ଚପଲ,ଜୋତା ଉଡ଼ିବାରେ ଲାଗିଥିଲା । ଚାହୁଁ ଚାହୁଁ ପୁରା ସୁପିଂ ପୁଲ ଜୋତା ଓ ଚପଲରେ ପୁରିଗଲା ।

ପାଟନାର ଚପଲମାର ହୋଲି ସାମ୍ପତଚକ୍ ଅଞ୍ଚଳରେ ଥିବା ୱାଟର ପାର୍କରେ ହୋଇଥିଲା  । ଏଠାରେ ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମ ସମୟରେ ଲୋକମାନେ ରଙ୍ଗକୁ ଉପଭୋଗ କରୁଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା  । ତା’ପରେ ଏହି ସଂଘର୍ଷ ଚପଲରୁ ଆରମ୍ଭ ହୋଇ ଧିରେ ଧିରେ ଭୟଙ୍କର ହେବାକୁ ଲାଗିଲା  । ପରସ୍ପର ମଧ୍ୟରେ ଚପଲମାର ପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା  ।

ଶିଶୁ ଏବଂ ମହିଳାମାନେ କୌଣସି ପ୍ରକାରେ ସେଠାରୁ ପଳାଇ ଯାଇଥିଲେ  । ପରିସ୍ଥିତି ଏତେ ଖରାପ ହୋଇଗଲା ଯେ, ଯେଉଁମାନେ ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ସେମାନଙ୍କୁ ବାରମ୍ବାର ଘୋଷଣା କରିବାକୁ ପଡ଼ିଥିଲା । କିନ୍ତୁ ପରିସ୍ଥିତି ସ୍ୱାଭାବିକ ହୋଇପାରିଲା ନାହିଁ  । ଏହା ପରେ ଆୟୋଜକମାନଙ୍କୁ ଏୟାର ଫାୟାରିଂ କରିବାକୁ ପଡିଲା ।  କିଛି ସମୟ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ପାଟନାର ୱାଟର ପାର୍କରେ ଘଟିଥିବା ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।