fbpx

ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଫାଇନାଲରେ ଲକ୍ଷ୍ୟ: ୨୧ ବର୍ଷ ପରେ ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ

ନୂଆଦିଲ୍ଳୀ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛନ୍ତି । ସେମି ଫାଇନାଲରେ ମାଲେସିଆର ଜି ଜୟା ଲିଙ୍କୁ ୨୧-୨୩, ୧୨-୨୧, ୨୧-୧୯ରେ ହରାଇ ଫାଇନାଲର ଟିକେଟ ହାସଲ କରିଛନ୍ତି । ଏହା ସହ÷ିତ ୨୧ ବର୍ଷ ପରେ ଫାଇନାଲରେ ପହଞ୍ଚିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ।

ଶେଷ ଥର ପାଇଁ ୨୦୦୧ରେ ପୁଲେଲା ଗୋପୀଚାନ୍ଦ ଚାମ୍ପିଆନ ହୋଇଥିଲେ । ତେବେ ଲକ୍ଷ୍ୟ ଏହି ସ୍ଥାନରେ ପହଞ୍ଚିବାରେ ତୃତୀୟ ଭାରତୀୟ ପାଲଟିଛନ୍ତି । ଗୋପୀଚାନ୍ଦଙ୍କ ପୂର୍ବରୁ ୧୯୮୦ରେ ପ୍ରକାଶ ପାଦୁକୋନ ଏହି ଟାଇଟଲ ହାସଲ କରିଥିଲେ । ସେପଟେ ବିଶ୍ୱ ରାଙ୍କିଙ୍ଗରେ ମଧ୍ୟ ସେନ ନିଜ ଦବଦବା ବଜାୟ ରଖିଛନ୍ତି । ଏକାଦଶ ସ୍ଥାନରେ ରହିଛନ୍ତି ଲକ୍ଷ୍ୟ ସେନ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ସିଡ ଡେନମାର୍କର ଭିକ୍ଟର ଏକ୍ସେଲସେନଙ୍କୁ ଭେଟିବେ । ଗତ ୬ ମାସରେ ତାଙ୍କର ପ୍ରଦର୍ଶନ କୁବ ସୁନ୍ଦର ରହିଛି । ତେଣୁ ସେ ଏହି ଫାଇନାଲରେ ।ରତକୁ ଆଉ ଏକ ଟାଇଟଲ ଭେଟି ଦେବେ ବୋଲି ଆଶା ରଖିଛନ୍ତି ଖେଳପ୍ରେମୀ ।

Get real time updates directly on you device, subscribe now.