fbpx

ୟୁକ୍ରେନ ଉପରେ ବଢିଲା ପରମାଣୁ ଆକ୍ରମଣର ଭୟ, ପରିବାରକୁ ସାଇବେରିଆ ପଠାଇଲେ ପୁଟିନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ବଢିଲା ପରମାଣୁ ଆକ୍ରମଣର ଭୟ। ଜାରି ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଯୁଦ୍ଧର ଡ୍ରିଲ କରିବାକୁ ଆଦେଶ ଦେଇଛନ୍ତି। ବ୍ରିଟେନର ଅନେକ ଗଣମାଧ୍ୟମ ରିପୋର୍ଟରେ ଏହି ଦାବି କରାଯାଇଛି। ଗୋଟିଏ ପଟେ ରୁଷ-ୟୁକ୍ରେନ ସମାପ୍ତକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ପରମାଣୁ ବୋମା ବ୍ୟବହାର ନେଇ ବିପଦ ବଢିବାର ଆଶଙ୍କା ଦେଖା ଦେଇଛି।

ରିପୋର୍ଟ ଅନୁଯାୟୀ, ପୁଟିନ୍ ପରମାଣୁ ଯୁଦ୍ଧ ଆଡକୁ ବଢୁଥିବା ସଙ୍କେତ ମିଳୁଛି। ନ୍ୟୁକ୍ଲିୟର ଓ୍ଵାର ଇଭାକୁଏସନ ଡ୍ରିଲର ରିପୋର୍ଟ ଉପରେ କ୍ରେମଲିନର ଅଧିକାରୀ ମଧ୍ୟ ମୋହର ମାରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବେ ରୁଷ ସୈନିକ ପଶ୍ଚିମ ୟୁକ୍ରେନ ଉପରେ ହାଇପରସୋନିକ ମିସାଲଇରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୟୁକ୍ରେନର ଅସ୍ତ୍ର ଶସ୍ତ୍ର ଭରା ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ଧ୍ଵଂସ ହୋଇ ଯାଇଥିଲା। ୟୁକ୍ରେନ ମଧ୍ୟ ଦାବି କରିଛି ଯେ, ରୁଷ ଆକ୍ରମଣରେ ଏ ପର୍ଯ୍ୟନ୍ତ ୧୧୨ ଶିଶୁଙ୍କ ପ୍ରାଣହାନୀ ଘଟି ସାରିଛି।

ରିପୋର୍ଟରେ କୁହାଯାଇଛି, କ୍ରେମଲିନର ବରିଷ୍ଠ ରାଜନୈତିକ ବ୍ୟକ୍ତି କହିଛନ୍ତି, ଖୋଦ୍ ପୁଟିନ ଏହି ଆଣବିକ ସମରାଭ୍ୟାସରେ ଯୋଗ ଦେବେ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ ବର୍ତ୍ତମାନ ରୁଷ ସୁରକ୍ଷାର ବଡ ଦାୟିତ୍ଵ ସମ୍ଭାଳୁଛନ୍ତି। ମେଦଭେଦେବ ଏବଂ ସଂସଦର ଦୁଇ ମୁଖପାତ୍ରଙ୍କୁ ପରମାଣୁ ଯୁଦ୍ଧ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।

ଅନ୍ୟପଟେ ପୁଟିନ ପରିବାରଙ୍କ ସଦସ୍ୟ ବିଷୟରେ ଅଧିକାରୀଙ୍କ ନିକଟରେ ବିଶେଷ କିଛି ସୂଚନା ନାହିଁ। କିନ୍ତୁ ରିପୋର୍ଟରେ ଦାବି କରାଯାଇଛି ଯେ, ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା କ୍ଷଣି ପୁଟିନ ନିଜ ପରିବାରର ସଦସ୍ୟଙ୍କୁ ସାଇବେରିଆ ପଠାଇ ଦେଇଛନ୍ତି। ସେଠାରେ ଅଲତାଇ ପର୍ବତକୁ ହାଇଟେକ୍ ଭୂମିଗତ ବଙ୍କରରେ ପରିଣତ କରାଯାଇଛି। କୁହାଯାଉଛି ପୁଟିନଙ୍କ ପରିବାର ସଦସ୍ୟ ଏହି ବଙ୍କରରେ ରହୁଛନ୍ତି।

Get real time updates directly on you device, subscribe now.