fbpx

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ହେଲା କ୍ରାସ୍, ଅନେକଙ୍କ ମୃତ୍ୟୁ ଆଶଙ୍କା

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଚୀନର ଗୁଆନ୍ସୀ ଅଞ୍ଚଳରେ ୧୩୩ ଲୋକଙ୍କ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚୀନର ସରକାରୀ ଗଣମାଧ୍ୟମ ସିଜିଟିଏନ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ ବୋଇଙ୍ଗ ୭୩୭ ବିମାନରେ ୧୩୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଦୁର୍ଘଟଣା ଗୁଆନ୍ସୀର ବୁଝାଉଁ ସହରର ବାହାର ଅଞ୍ଚଳରେ ଘଟିଛି । କୁହାଯାଉଛି ଏହି ଦୁର୍ଘଟଣା ହୋଇଥିବା ପାହାଡ଼ରେ ନିଆଁ ଲାଗିଯାଇଛି । ତେବେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ରହିଛି । ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ । ବ୍ଲାକ୍ ବକ୍ସର ସନ୍ଧାନ ଜାରି ରହିଛି ।

ଦୁର୍ଘଟଣାର ଶିକାର ହୋଇଥିବା ବିମାନ ୬ ବର୍ଷ ପରୁଣା । ଏହି ଘଟଣା ସ୍ଥାନୀୟ ସମୟ ଅନୁଯାୟୀ ୧:୧୧ ରେ ଘଟିଛି । ବିମାନ ୩,୨୨୫ ଫୁଟରେ ଉଡ଼ୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ବିମାନ ୩:୦୫ ରେ ଲାଣ୍ଡିଂ କରିବାର ଥିଲା ।

Get real time updates directly on you device, subscribe now.