ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମୀ । କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଧାମି । ସୋମବାର ଭାରତୀୟ ଜନତା ପାର୍ଟୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ଧାମୀଙ୍କ ନାଁ ରେ ମୋହର ମାରିଛି । ଦେହରାଦୁନରେ ଦଳୀୟ ବୈଠକରେ ନିଷ୍ପତ୍ତି ପରେ ଉତ୍ତରାଖଣ୍ଡ ପର୍ଯ୍ୟବେକ୍ଷକ ଦାୟିତ୍ୱାରେ ଥିବା ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଉପପର୍ଯ୍ୟବେକ୍ଷକ ମୀନାକ୍ଷୀ ଲେଖୀ ଏହି ଘୋଷଣା କରିଛନ୍ତି ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ବାସଭବନରେ ଉତ୍ତର ପ୍ରଦେଶର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ନୂଆ ସରକାର ଗଠନ ନେଇ ଆଲୋଚନା ହୋଇଥିଲା ।
ବିଧାନସଭା ନିର୍ବାଚନରେ ଉତ୍ତରାଖଣ୍ଡ ୭୦ ରୁ ୪୭ ସିଟରେ ବିଜୟୀ ହୋଇଛି । ଦଳ ଏବେ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଯାଉଛନ୍ତି ।