fbpx

ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ: ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: କରୋନା କଟକଣା ହଟିବା ପରେ ଖୋଲିଛି ସ୍କୁଲ । ଏହାପରେ ପୁଣି ଥରେ ଏପ୍ରିଲ ମାସରୁ ସ୍କୁଲ ପିଲାମାନଙ୍କ ପାଇଁ ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ପିଲାମାନଙ୍କୁ ପୁଣି ଥରେ ମଧ୍ୟାହ୍ନ ସମୟରେ ଖାଦ୍ୟ ଦେବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗଣ ଶିକ୍ଷା ବିଭାଗର ଏମଡିଏମ ୟୁନିଟ ନୋଡାଲ ଅଫିସର ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ପ୍ରକାଶ ଥାଉ କି, କରୋନାର ତାଣ୍ଡବ ଲୀଳା ଏବଂ ଉଚ୍ଚହାରରେ ସଂକ୍ରମଣ ହେତୁ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରାଯାଇଥିଲା । ଏହାପରେ ଗତ କିଛି ମାସରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ତେଣୁ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ମିଳିବା ପରେ ଏବେ ସ୍କୁଲରେ ମଧ୍ୟାହ୍ନ ଭୋଜନକୁ ଅନୁମତି ଦେଇଛନ୍ତି ସରକାର । ଗଣଶିକ୍ଷା ବିଭାଗ ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.