fbpx

ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ୩ ସପ୍ତାହ ମଧ୍ୟରେ ପୀଡିତାକୁ କ୍ଷତିୂରଣ ଦିଅ

କଟକ(ଭାସ୍କର ନ୍ୟୁଜ୍‌): ଓଡିଶା ପିଡିତ କ୍ଷତିପୁରଣ ଯୋଜନାରେ ପିଡିତା ପରିବାରକୁ ୩ ସପ୍ତାହ ମଧ୍ୟରେ କ୍ଷତିପୁରଣ ପ୍ରଦାନ କରିବାକୁ ହାଇକୋର୍ଟ ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ଜଣେ ଆବେଦନକାରୀଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଅରିନ୍ଦମ୍‌ ସିହ୍ନା ଉପରୋକ୍ତ ଆଦେଶ ଦେଇଛନ୍ତି । ଏଥିସହିତ ବାଲେଶ୍ୱର ଜିଲ୍ଲା ଆଇନସେବା ପ୍ରାଧିକରଣର ଆଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି । ଆବେଦନକାରୀଙ୍କ ଝିଅ ଦୁଷ୍କର୍ମ କାରଣରୁ ଆତ୍ମହତ୍ୟା କରିଥିଲା ବୋଲି ମାମଲାରେ ଦର୍ଶାଯାଇଛି । ଉକ୍ତ ଘଟଣାରେ ପିଡିତ କ୍ଷତିପୁରଣ ଯୋଜନା ୨୦୧୨ ଅନୁସାରେ ତାଙ୍କ ପରିବାରକୁ କ୍ଷତିପୁରଣ ପ୍ରଦାନ କରିବାର ବ୍ୟବସ୍ଥା ଥିବାବେଳେ ବାଲେଶ୍ୱର ଜିଲ୍ଲା ଆଇନସେବା ପ୍ରାଧିକରଣ ଗତ ୨୦୧୭ ଜାନୁୟାରୀ ୩୧ ତାରିଖରେ ଏପରି ଆବେଦନକୁ ଖାରଜ କରିଥିଲା । ବାଲେଶ୍ୱର ଜିଲ୍ଲା ଆଇନସେବା ପ୍ରାଧିକରଣର ଖାରଜ ଆଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

Get real time updates directly on you device, subscribe now.