fbpx

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ଗଭୀର ଅବପାତ, ଘଣ୍ଟା ପ୍ରତି ୨୦ କିମି ବେଗରେ କରୁଛି ଗତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଘନୀଭୂତ ହେଉଛି ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ଓ ନିକଟବର୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ମିଆଁମାର ଉପକୂଳ ଦେଇ ଗତି କରିବ । ତେବେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ଆଗାମୀ ୪ରୁ ୫ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.