fbpx

ଗ୍ରାଜୁଏସନ୍ ଆଡମିଶନ ପାଇଁ ଛାତ୍ରଛାତ୍ରୀ ଦେବେ ପ୍ରବେଶିକା : ଓଡ଼ିଆ ସମେତ ୧୩ ଭାଷାରେ ପରୀକ୍ଷା ପାଇଁ ଏନଟିଏର ନିଷ୍ପତ୍ତି

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ ଏବେ କୌଣସି ବିଶ୍ୱବିଦ୍ୟାଳରେ ନାମ ଲେଖା ପାଇଁ ପିଲମାନଙ୍କୁ ଦେବାକୁ ପଡିବ ସିୟୁଇଟି ପରୀକ୍ଷା । ଆଉ ଯୁକ୍ତ୨ ମାର୍କ ଆଧାରରେ ଛାତ୍ରଛାତ୍ରୀମାନେ କୌଣସି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇପାରିବେ ନାହିଁ । ୟୁଜିସି ଏନେଇ ଘୋଷଣା କରିଛି ଯେ ୨୦୨୨-୨୩ ବର୍ଷରେ ଏକାଡେମୀ କ୍ଷେତ୍ରରେ କୌଣସି ବିଶ୍ୱବିଦ୍ୟାଳୟରେ +୩ କିମ୍ବା ପୋଷ୍ଟ ଗ୍ରାଜୁଏସନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ହେବ ସିୟୁଇଟି ପରୀକ୍ଷା ।

ୟୁଜିସି ସିୟୁଇଟି ପରୀକ୍ଷା ନେଇ କିଛି ତଥ୍ୟ ଜାରି କରିଛନ୍ତି ଯାହାଫଳରେ ସିୟୁଇଟି ପରୀକ୍ଷାରେ ସାମିଲ ହେବାକୁ ଯାଉଥିବା ପିଲାମାନଙ୍କୁ କୌଣସି ପ୍ରକାରର ସମସ୍ୟା ସମ୍ମୁଖୀନ ହେବାକୁ ପଡିବ ନାହିଁ । ନେସନ୍ୟାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସିୟୁଇଟି୨୦୨୨ ଆୟୋଜିତ ହେଉଛି । ଏହାର ରେଜିଷ୍ଟେସନ ଫର୍ମ ଏନଟିଏର ୱେବସାଇଟ https://nta.ac.in/ ରୁ ଦେଖିପାରିବେ । ପରୀକ୍ଷାଟି ୧୩ଟି ଭାଷା ତଥା ହିନ୍ଦୀ ,ତେଲୁଗୁ , ତାମିଲ ,ମରାଠୀ ,ଆସାମି ,ବଙ୍ଗାଳୀ , ଇଂରାଜୀ ,ଉର୍ଦୃ , ପଂଜାବୀ ,କନ୍ନଡ ,ମାଲାୟଲମ ଏବଂ ଓଡିଆ ରେ ହେବ । ୨୦୨୨ ଏପ୍ରିଲ ର ପ୍ରଥମ ସପ୍ତାହରୁ ଏହାର ଫର୍ମ ୱେବସାଇଡରେ ଉପଲବ୍ଧ ହେବ ।

Get real time updates directly on you device, subscribe now.