fbpx

NASA ବୈଜ୍ଞାନିକଙ୍କ ଅଦ୍ଭୁତ ଦାବି: ମହାକାଶରେ ଗୋଟିଏ ନୁହେଁ ରହିଛି ଅନେକ ପୃଥିବୀ, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ମହାକାଶକୁ ନେଇ ସଭିଙ୍କ ମନରେ ପ୍ରାୟତଃ ଗୋଟିଏ ପ୍ରଶ୍ନ ସବୁବେଳେ ଉଙ୍କି ଉଙ୍କି ମାରୁଛି । ଏହି ବ୍ରହ୍ମାଣ୍ଡରେ ପୃଥିବୀ ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ଜନବସତି ସମ୍ଭବ ହୋଇ ପାରିଛି କି? ଏହା ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ କିମ୍ବା ତାନ୍ତ୍ରିକ କେହି ବି ଦେବାରେ ସମର୍ଥ ହୋଇ ପାରି ନାହାନ୍ତି । ତେଣୁ କରି ଅନ୍ୟ ଗ୍ରହ ଗୁଡିକର ବାରମ୍ବାର ପରୀକ୍ଷା ନିରୀକ୍ଷା ଜାରି ରହିଛି । ଯେଉଁଥିରୁ ଏହାର ପ୍ରକୃତ ଏବଂ ସଠିକ ଉତ୍ତର ମିଳି ପାରିବ । କିନ୍ତୁ ଏ ପର୍ଯ୍ୟନ୍ତ ଏହା ଘଟି ନାହିଁ । ସେପଟେ ନାସା ବୈଜ୍ଞାନିକମାନେ ଏକ ବିରାଟ ବୟାନ ଦେଇଛନ୍ତି । ଅନ୍ତରୀକ୍ଷରେ ପୃଥିବୀ ଭଳି ୫୦୦୦ରୁ ଅଧିକ ଗ୍ରହ ଥିବା ନେଇ ଦାବି କରିଛନ୍ତି ବୈଜ୍ଞାନିକ ।

ଜଳ, ଅଣୁଜୀବ, ଭୂପୃଷ୍ଠରେ ବା ବାୟୁମଣ୍ଡଳ ଅନୁଯାୟୀ ୬୫ଟି ନୂତନ ଗ୍ରହ ମିଳିଛି ବୋଲି ଦାବି କରାଯାଉଛି । ସୌରମଣ୍ଡଳ ବାହାରେ ୫୦୦୦ ନୂଆ ଦୁନିଆ ରହିଛି ଯାହାର ବିଶେଷତ୍ୱ ଏବଂ ରଚନା ଅଲଗା ହୋଇଥାଏ । କେଉଁଠି ପୃଥିବୀ ପରି ଚଟାଣରେ ତ ଆଉ କେଉଁଠି ବୃହସ୍ପତି ପରି ବିଶାଳକାୟ । ପୁଣି ଆଉ କିଛି ଏକ୍ସୋପ୍ଲାନେଟ ଏହାଠାରୁ ବି ଅଦିକ ବଡ ହୋଇଥାଏ । କେତେକ ମାଳଦ୍ୱୀପ ପରି ଆମଠାରୁ ଅନେକ ଗୁଣ ବଡ ପଥର ରହିଥିବା ବେଳେ କିଛି ନେପଚୁନ ପରି ଛୋଟ ବୋଲି କୁହାଯାଇଛି । ଆକାଶଗଙ୍ଗା କେବଳ ପୃଥିବୀରେ ନୁହେଁ ବ୍ରହ୍ମାଣ୍ଡରେ କୋଟି କୋଟି ଆକାଶଗଙ୍ଗା ରହିଥିବା କହି ଆସିଛନ୍ତି ଜ୍ୟୋତିର୍ବିଜ୍ଞାନୀ । ନିକଟରେ ୱେବ ଟେଲିସ୍କୋପ ଦ୍ୱାରା ନିଆଯାଇଥିବା ଏକ ଫଟୋରେ ହଜାର ହଜାର ଆକାଶଗଙ୍ଗା ଏକା ସାଙ୍ଗରେ ଦେଖିବାକୁ ମିଳିଥିଲା ।

ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ, ଏବେ ପର୍ଯ୍ୟନ୍ତ ପୃଥିବୀ ଜନବସତିରେ ଏକମାତ୍ର ଗ୍ରହ ହୋଇ ରହିଛି । କିନ୍ତୁ ଭବିଷତରେ ଏହି ସଂଖ୍ୟାରେ ଏକ ବଡ ପରିବର୍ତ୍ତନ ଆସିପାରେ ବୋଲି ଜ୍ୟୋତିର୍ବଜ୍ଞାନୀମାନେ ଆଶା କରୁଛନ୍ତି । ଖୁବ ଶୀଘ୍ର ଗଭୀର ସ୍ଥାନରେ ପୃଥିବୀ ଭଳି ଜୀବନ ଏବଂ ଜନବସତି ନିଶ୍ଚିତ ମିଳିବ । ଜେମ୍ସ ୱେ ପରାି ଟେଲିସ୍କୋପ ପରେ ଏହାର ଆହୁରି ସମ୍ଭାବନା ବଡିଛି ବୋଲି ଦାବି ହୋଇଛି ।

Get real time updates directly on you device, subscribe now.