fbpx

ଆବଶ୍ୟକ ହେଲେ ଖୋଲାଯିବ କାଶ୍ମୀର ଫାଇଲ୍ସ: ଡିଜିପି ଦିଲବାଗ ସିଂଙ୍କ ବୟାନକୁ ନେଇ ବିବାଦ

ନୂଆଦିଲ୍ଳୀ: ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଆବଶ୍ୟକ ପଡିଲେ କାଶ୍ମୀର ଫାଇଲ୍ସକୁ ଆଉଥରେ ଖୋଲାଯିବ ବୋଲି କହିଛନ୍ତି ଡିଜିପି । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ପଳାୟନର କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି । ପଣ୍ଡିତଙ୍କ ହତ୍ୟା ଓ ପଳାୟନ ଉପରେ ଏହି ଫିଲ୍ମଟି ନିର୍ମାଣ କରାଯାଇଥିବା ବେଳେ ଏହାକୁ ବେଶ ପସନ୍ଦ କରାଯାଇଛି । ଏହା ଉପରେ ତଦନ୍ତ କରାଯାଇଥିବା ବେଳେ ଏହାକୁ କ୍ଲାସିଫାଏଡ ବର୍ଗରେ ରଖାଯାଇଛି । ତେବେ ଆବଶ୍ୟକ ପଡିଲେ ଏହାକୁ ଖୋଲାଯିବ ବୋଲି ବିବାଦୀୟ ବୟାନ ଦେଇଛନ୍ତି ଡିଜିପି ଦିଲବାଗ ସିଂ ।

ଭାରତୀୟ ସେନା ଏବଂ ପୋଲିସ ଆତଙ୍କବାଦ ବିରୋଧୀ ଲଢେଇରେ ସର୍ବଦା ତତ୍ପର । ଆତଙ୍କବାଦ ସମ୍ପର୍କିତ କୌଣସି ମାମଲାକୁ ସେନା ପକ୍ଷରୁ ହାଲୁକା ଭାବରେ ନିଆ ଯାଉନାହିଁ । ଆତଙ୍କବାଦରେ ଜଡିତ ପ୍ରତି ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଡିଜିପି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି । କିଛି ଲୋକ ଏହାକୁ ବେଶ ପ୍ରଶଂସା କରିଥିବା ବେଳେ ଗୋଟିଏ ଗୋଷ୍ଠୀ ଏହାର ବିରୋଧ ମଧ୍ୟ କରିଛନ୍ତି । ଏହି ଫିଲ୍ମରେ କାଶ୍ମୀରୀ ପଣ୍ଡିତଙ୍କ ନରସଂହାରଙ୍କ କାହାଣୀ ଦେଖିବାକୁ ମିଳିଛି । ଜମ୍ମୁ କାଶ୍ମୀରର ପୂର୍ବତନ ଡିଜିପି ଶେଷ ପଲଙ୍କ ବୟାନକୁ ନେଇ ଅଡୁଆ ପରସ୍ଥିତି ସୃଷ୍ଟି ହୋଇଥିଲା । ଆତଙ୍କର ଶିକାର ହୋଇଥିବା ଲୋକଙ୍କୁ କେବେବି ନ୍ୟାୟ ମିଳିପାରିବ ନାହିଁ । ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ ଏବଂ ଦର୍ଶନ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ରକୁ ବିଜେପି ଶାସିତ ରାଜ୍ୟ ମାନଙ୍କରେ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି । ବିଜେପି ସାଂସଦ ସୁଶୀଲ କୁମାର ମୋଦୀ ରାଜ୍ୟସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ ଏବଂ ଜିଏସଟି ଛାଡ ପାଇଁ ଆବେଦନ କରିଥିଲେ । ମଧ୍ୟପ୍ରଦେଶ, ହରିୟାଣା, ଉତ୍ତର ପ୍ରଦେଶ, ଗୁଜରାଟ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ପରି ରାଜ୍ୟ ମାନଙ୍କରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି ।

Get real time updates directly on you device, subscribe now.