fbpx

ପୁଣି ବଢ଼ିଲା ସଲମାନ୍ ଖାନଙ୍କ ସମସ୍ୟା, ଏବେ ଏହି ମାମଲାରେ କୋର୍ଟ ଜାରି କଲେ ସମନ

ମୁମ୍ବାଇ: ବଲିଉଡର ଭାଇଜାନ୍ ଅର୍ଥାତ୍ ସଲମାନ ଖାନଙ୍କୁ ନିକଟରେ ହରିଣ ଶିକାର ମାମଲାରେ ବଡ଼ ଆଶ୍ୱସ୍ତି ମିଳିଥିଲା । ସଲମାନଙ୍କ ଆବେଦନ ଶୁଣାଣି ବେଳେ ନିମ୍ବ ଅଦାଲତରେ ଚାଲିଥିବା ସମସ୍ତ ମାମଲାର ଶୁଣାଣି କରିବାକୁ ରାଜି ହୋଇଥିଲେ ରାଜସ୍ଥାନ ହାଇକୋର୍ଟ । କିନ୍ତୁ ଅଭିନେତାଙ୍କ ସମସ୍ୟା ପୁଣି ଥରେ ବଢ଼ିଯାଇଛି । ଜଣେ ସାମ୍ବାଦିକଙ୍କ ସହ ଅସଦାଚରଣ କରିବା ବଲିଉଡ ଅଭିନେତା ସଲମାନଙ୍କୁ ମହଙ୍ଗା ପଡିଛି । ମୁମ୍ବାଇର ଅନେ୍ଧରୀ ମାଜିଷ୍ଟ୍ରେଟ୍ କୋର୍ଟ ଅଭିନେତା ସଲମାନ ଖାନଙ୍କୁ ଏପ୍ରିଲ ୫ ତାରିଖରେ କୋର୍ଟରେ ହାଜର ହେବାକୁ ସମନ ପଠାଇଛନ୍ତି ।

ସୂଚନା ଅନୁସାରେ, ଅଭିନେତାଙ୍କ ଉପରେ ଆଇପିସିର ଧାରା ୫୦୪ ଏବଂ ୫୦୬ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଅପରାଧ ପାଇଁ କୋର୍ଟ ସମନ ପଠାଇଛନ୍ତି । ସାମ୍ବାଦିକ ଅଶୋକ ପାଣ୍ଡେଙ୍କ ସହ ଅସଦାଚରଣ ଅଭିଯୋଗରେ ମୁମ୍ବାଇର ଅନେ୍ଧରୀ ମାଜିଷ୍ଟ୍ରେଟ କୋର୍ଟ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନୋଟିସ ଜାରି କରିଛନ୍ତି । ଆଇପିସିର ଧାରା ୫୦୪ ଓ ୫୦୬ ଅନୁସାରେ ପଞ୍ଜୀକୃତ ହୋଇଥିବା ମାମଲାରେ ଆସନ୍ତା ମାସରେ ଏପ୍ରିଲ ୫ ରେ ସଲମାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ସମନ ପଠାଇଛନ୍ତି । ତେବେ ୨୦୧୯ରେ ସାମ୍ବାଦିକ ଅଶୋକ ପାଣ୍ଡେଙ୍କୁ ଅସଦାଚରଣ ଓ ମାରପିଟ କରିବାକୁ ନେଇ ଅଭିନେତାଙ୍କ ଉପରେ ମାମଲା ରୁଜୁ ହୋଇଛି ।

 

View this post on Instagram

 

A post shared by Salman Khan (@beingsalmankhan)

Get real time updates directly on you device, subscribe now.