fbpx

ବିଜେପିକୁ କେଜ୍ରିଓ୍ଵାଲଙ୍କ ଖୋଲା ଚ୍ୟାଲେଞ୍ଜ, ଏମସିଡି ନିର୍ବାଚନ ଜିତିଗଲେ ମୁଁ ରାଜନୀତି ଛାଡି ଦେବି

ନୂଆଦିଲ୍ଲୀ: ତିନି ନଗର ନିୟମ ବିଲୟକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। କେନ୍ଦ୍ର ସରକାର ଏବଂ ଆପ୍ ସରକାର ଏବେ ମୁହାଁମୁହିଁ ସ୍ଥିତିରେ। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯଦି ବିଜେପି ଏମସିଡି ନିର୍ବାଚନ ଜିତି ଯାଏ ତେବେ ସେ ରାଜନୀତି ଛାଡି ଦେବେ। ଯଦି ବିଜେପିର ଦମ ଅଛି ତେବେ ନଗର ନିଗମ ନିର୍ଵାଚନ ଏବେ କରାଉ ଏବଂ ଜିତି କି ଦେଖାଉ। ଯଦି ବିଜେପି ଜିତିଯାଏ ତେବେ ମୁଁ ରାଜନୀତି ଛାଡି ଦେବି ବୋଲି କେଜ୍ରିଓ୍ଵାଲ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି।

ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ନିଜର ପରାଜୟ ଭୟରେ ଲୋକେ ନିର୍ବାଚନ ଘୁଞ୍ଚାଉଛନ୍ତି, ଏହା ଦେଶ ସହିତ ଧୋକାବାଜି କରାଯାଉଛି। ହାତଯୋଡି ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରୁଛି ଯେ, କାଲି ବିଜେପି ରହିବ ନାହିଁ, ଆମ୍ ଆଦମୀ ପାର୍ଟି ମଧ୍ୟ ରହିବ ନାହିଁ, ମୋଦୀ ଜୀ ରହିବେ ନାହିଁ, କେଜ୍ରିଓ୍ଵାଲ ବି ରହିବ ନାହିଁ, କିନ୍ତୁ ଏହି ଦେଶ ରହିବ। ତେଣୁ ଦେଶ ସହିତ ଧୋକା କରନ୍ତୁ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

କେଜ୍ରିଓ୍ଵାଲ କହିଛନ୍ତି, ଆପଣ ଗୋଟିଏ ଛୋଟ ନିର୍ଵାଚନ ଜିତିବା ପାଇଁ ଦେଶର ବ୍ୟବସ୍ଥା ସହ ଖେଳୁଛନ୍ତି। ଏହାକକୁ କଦାପି ଗ୍ରହଣ କରାଯାଇ ପାରିବ ନାହିଁ। ବିଜେପି କହୁଛି ଆମେ ଦୁନିଆର ସବୁଠୁ ବଡ ପାର୍ଟି। କିନ୍ତୁ ଦୁନିଆର ସବୁଠୁ ବଡ ପାର୍ଟି ଦିଲ୍ଲୀରେ ଗୋଟିଏ ଛୋଟ ଦଳକୁ ଡରି ଯାଉଛି। ଏକ ଛୋଟ ନିର୍ବାଚନକୁ ନେଇ ବିଚଳିତ। ତୁମ ଭିତରେ କଣ ଏହି ସାହାସ ଅଛି, ଲଜ୍ଜା ଆସିବା କଥା ଆପଣଙ୍କୁ। ମୁଁ ଚ୍ୟାଲେଞ୍ଜ କରୁଛି, ବିଜେପିର ଯଦି ସାହାସ ଅଛି ନିର୍ବାଚନ ନିର୍ଦ୍ଧାରିତ ସମୟରେ କରାଉ ଏବଂ ଜିତି କି ଦେଖାଉ। ଯଦି ବିଜେପି ଜିତିଯାଏ ତେବେ ମୁଁ ରାଜନୀତି ଛାଡି ଦେବି ବୋଲି କେଜ୍ରିଓ୍ଵାଲ କହିଛନ୍ତି।

 

Get real time updates directly on you device, subscribe now.