fbpx

ବିଜେଡିର ବାଜିମାତ: ଗୁପ୍ତପ୍ରସାଦ ଝାଙ୍କର ହେଲେ ବ୍ଲକ୍ ଉପାଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଜେଡି ସମର୍ଥିତ କୋସ୍ କଂଗା ପଞ୍ଚାୟତର ସମିତି ମେମ୍ବର ଗୁପ୍ତ ପ୍ରସାଦ ଝାଙ୍କର୍ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସବିଶେଷ ତଥ୍ୟ ଅନୁଯାଇ ,ଚଳିତ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳ ସମର୍ଥିତ ସମିତି ସଭ୍ୟ/ସଭ୍ୟା ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ଥିଲେ । ବ୍ଲକ ଅଧକ୍ଷ ପରେ ଉପାଧ୍ୟକ୍ଷ କିଏ ହେବ ତାହା ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା। ଆଜି ସକାଳୁ ବ୍ଲକ୍ କାର୍ୟ୍ୟାଳୟ ପରିସରରେ ପ୍ରବଳ ଜନ ସମାଗମ ରହିଥିବା ଦେଖିବାକୁ ମିଳିଥିଲା। ବିଜୁ ଜନତା ଦଳ ପକ୍ଷରୁ ଗୁପ୍ତ ପ୍ରସାଦ ଝାଙ୍କର ମନୋନୟନ ପତ୍ର ଦାଖଲ କରିଥିଲେ ।

ସେହିପରି ବିଜେପି ତରଫରୁ ଗାଞ୍ଜପରା ପଂଚାୟତ ର ସମିତି ମେମ୍ବର ତୃପ୍ତି ରଞ୍ଜନ ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ଧାରିତ ସମୟ ମଧ୍ୟରେ ଆଉ କେହି ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ କୋରମ ଯୋଗେ ୧୯ ଜଣ ସମିତି ସଭ୍ୟ /ସଭ୍ୟା ଗୁପ୍ତ ପ୍ରସାଦ ଝାଙ୍କରଙ୍କୁ ସମର୍ଥନ ଜଣାଇ ଥିବାରୁ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।। ପ୍ରତିନ୍ଦଦି ବିଜେପି ସମର୍ଥିତ ପ୍ରାର୍ଥୀ ୭ ଖଣ୍ଡ ଭୋଟ ପାଇଥିଲେ। ବ୍ଲକ୍ କର୍ମଚାରୀ ସହଯୋଗ କରିଥିବାବେଳେ ପୋଲିସ୍ ପକ୍ଷରୁ ଶାନ୍ତିଶୃଂଖଳା ରକ୍ଷା କରିବା ପାଇଁ ଫୋର୍ସ ମୁତୟନ କରାଯାଇଥିଲା । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ପୁର୍ବତନ ଉମରକୋଟ ବିଧାୟକ ସୁବାଷ ଗଣ୍ଡଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Get real time updates directly on you device, subscribe now.