fbpx

ଅଧିନାୟକ ପଦରୁ ଓହରିଲେ କ୍ୟାପଟେନ୍ କୁଲ୍ ଧୋନୀ: ଜାଡେଜାଙ୍କ ମୁଣ୍ଡରେ ସୁନା କଳସ

ନୂଆଦିଲ୍ଳୀ: ଅଧିନାୟକ ପଦରୁ ଓହରି ଯାଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ଗୁରୁବାର କ୍ୟାପଟେନ୍ସି ଛାଡୁଥିବା ନେଇ ଧୋନୀ ଘୋଷଣା କରିଥିବା ବେଳେ ଜାଡେଜାଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିଛି । ଜାଡେଜା ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେବାକୁ ଯାଉଥିବା ବେଳେ ଧୋନୀ କିନ୍ତୁ ଚଳିତ ସିଜିନରେ ଦଳର ପ୍ରମୁଖ ଖେଳାଳି ଭାବରେ ରହିବେ । ଚଳିତ ମେଗା ଅକ୍ସନ୍ ପୂର୍ବରୁ ଜାଡେଜାଙ୍କୁ ସିଏସକେ ଫ୍ରାଞ୍ଚାଇଜି ୧୬ କୋଟି ଟଙ୍କାରେ ରିଟେନ୍ କରିବା ପରେ ସେ ଅଧିନାୟକ ହେବା ନେଇ ପୂର୍ବାନୂମାନ କରାଯାଉଥିଲା ।

ସମସ୍ତ ଅନୁମାନକୁ ସଠିକ୍ ପ୍ରମାଣିତ କରିବା ସହିତ ଗୁରୁବାର ଧୋନୀ ନିଜ ପଦରୁ ଓହରି ଯାଇଥିଲେ । ଚେନ୍ନାଇକୁ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଟାଇଟଲ ବିଜୟୀ କରିଥିବା ଧୋନୀଙ୍କ ବିଜୟ ପ୍ରତିଶତ ୫୯.୬ ରହିଛି । ଧୋନୀଙ୍କ ନେତୃତ୍ୱରେ ଦଳ ୧୨୧ ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୮୨ଟି ମ୍ୟାଚରେ ପରାଜିତ ହୋଇଛି । ୨୦୧୨ରୁ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ରହିଥିବା ରବୀନ୍ଦ୍ର ଜାଡେଜା ତୃତୀୟ ଖେଳାଳି ଭାବରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେବେ ।

Get real time updates directly on you device, subscribe now.