fbpx

ପୌର ନିର୍ବାଚନ ୨୦୨୨: ରାଜ୍ୟରେ ହୋଇଛି ୬୫% ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରିଛି ପୌର ନିର୍ବାଚନ ମତଦାନ । ପୌର ନିର୍ବାଚନ ଭୋଟ ଗ୍ରହଣ ନେଇ ଏସଇସିଙ୍କ ପ୍ରେସମିଟ୍ । ରାଜ୍ୟର ୧୦୬ଟି ପୌରାଞ୍ଚଳରେ ହାରାହାରି ୬୫ % ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସଇସି ଆଦିତ୍ୟ ପାଢ଼ୀ । ରାଜ୍ୟର ତିନି ମହାନଗର ଭୁବନେଶ୍ୱରରେ ୫୦ % ପ୍ରତିଶତ ମତଦାନ, ବ୍ରହ୍ମପୁରରେ ୪୭% ଏବଂ କଟକରେ ୬୫% ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସଇସି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୬୫ %ରୁ ଅଧିକ ମତଦାନ ହୋଇଛି ଏବଂ ଆସନ୍ତାକାଲି ସଂପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇବା ନେଇ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ରହିଛି ।

କମିଶନ କହିଛନ୍ତି ଶାନ୍ତି ଶୃଙ୍ଖଳାର ସହ ପୌର ନିର୍ବାଚନ ଶେଷ ହୋଇଛି, କିଛି ସ୍ଥାନରେ ବିଶୃଙ୍ଖଳା ଦେଖାଦେଇଛି । ନବରଙ୍ଗପୁର ଉମରକୋର୍ଟରେ ୱାର୍ଡ ନଂ-୮ ରେ ଭୁଲ ଇଭିଏମ ପାଇଁ ଅଧ୍ୟକ୍ଷ ଭୋଟ ଗ୍ରହଣ ବନ୍ଦ ରହିଛି କିନ୍ତୁ ଆସନ୍ତାକାଲି ସେଠାରେ ରି-ପୋଲିଂ ହେବ । ସେହିପରି ଭଦ୍ରକର ଧାମନଗରରେ ମଧ୍ୟ ରିପୋଲିଂ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ । କେବଳ ଆସନ୍ତାକାଲି ଉମରକୋଟ ରେ ରି-ପୋଲିଂ କରାଯିବ ।

ସୂଚନାଯୋଗ୍ୟ, ଆସନ୍ତା ୨୬ ତାରିଖରେ ଭୋଟ ଗଣତି ପ୍ରକ୍ରିୟା ରହିଛି ।

Get real time updates directly on you device, subscribe now.