fbpx

ଖୁସି ଖବର: ଚଳିତ ଆର୍ଥିକ ବର୍ଷରେ ବଢ଼ିବନି ବିଜୁଳି ଦର; ଅନଲାଇନ ପେମେଣ୍ଟରେ ମିଳିବ ରିହାତି

ବିଦ୍ୟୁତ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଚଳିତ ଆର୍ଥିକ ବର୍ଷ ପାଇଁ ବଢ଼ିବନି ବିଜୁଳି ଦର । ଚଳିତ ବର୍ଷ ବିଦ୍ୟୁତ୍ ଦର ନବଢ଼ିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଓଇଆରସି ସଚିବ । ଓଇଆରସି ସଚିବ କହିଛନ୍ତି ଚଳିତ ବର୍ଷ ପାଇଁ ଅପରିବର୍ତ୍ତିତ ବିଦ୍ୟୁତ୍ ଶୁଳ୍କ ଅପରବର୍ତ୍ତିିତ ରଖାଯାଇଛି । ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର ।

ପ୍ରେସମିଟରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା କରିବା ସହ କମିଶନ କହିଛନ୍ତି ଯେ ପୂର୍ବବର୍ଷ ଭଳି ୦ ରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ, ୟୁନିଟ୍ ପିଛା ୩ ଟଙ୍କା ଦର ରହିବ । ୫୦ ରୁ ୨୦୦ ୟୁନିଟ୍ ଯାଏଁ ୪ ଟଙ୍କା ୮୦ ପଇସା । ୨୦୦-ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୫ ଟଙ୍କା ୮୦ ପଇସା । ୪୦୦ ୟୁନିଟରୁ ଅଧିକ ହେଲେ ଦର ୬ ଟଙ୍କା ୨୦ ପଇସା ରହିବ ।

ସେହିପରି ରିହାତି ନେଇ କମିଶନ କହିଛନ୍ତି ଯେ ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ, କୃଷି କ୍ଷେତ୍ର ପାଇଁ ଉଠା ଜଳସେଚନ ପଏଣ୍ଟ ନିମେନ୍ତ ୨ ଟଙ୍କା ରିହାତି ଦିଆଯିବ । ବିୁଦ୍ୟତ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ୍ ଧାର୍ଯ୍ୟ କରାଯାଇଛି । ସେହିପରି ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ସବସିଡି ମିଳିବ ବୋଲି କହିଛନ୍ତି ସଚିବ । କ୍ଷୁଦ୍ର ଶିଳ୍ପ ପାଇଁ ୧୦ ପଇସା ରିହାତି ଘୋଷଣା । ଅକ୍ଷୟ ଶକ୍ତିର ବିକାଶ ପାଇଁ ଉପଭୋକ୍ତା ୫୦ ପଇସା ଅଧିକ ଦେବେ । ଶିଳ୍ପ କ୍ଷେତ୍ରରେ ୬୫-୭୫ ଏମଭିଏରେ ୧୦ ପ୍ରତିଶତ ରିହାତି । ୮୫ ରୁ ଅଧିକ ଏମଭିଏ ହେଲେ ୨୦ ପ୍ରତିଶତ ରିହାତି ମିଳିବ ।

Get real time updates directly on you device, subscribe now.