fbpx
BJD
BJD SKY
BJD SKY

୨୮ ହଜାରରୁ ଅଧିକ ମୋବାଇଲକୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର : ଜାଣନ୍ତୁ କାହିଁକି ନିଆଯାଉଛି ଏପରିି ଆକ୍ସନ୍

ନୂଆଦିଲ୍ଲୀ: ଡିଜିଟାଲ ଠକେଇ ଏବଂ ସାଇବର ଅପରାଧରେ ଟେଲି ଯୋଗାଯୋଗର ଅପବ୍ୟବହାର ବନ୍ଦ କରିବାକୁ କେନ୍ଦ୍ର ସରକାର କଠୋର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର (ମେ ୧୦) ସରକାର ଟେଲିକମ୍ ଅପରେଟରମାନଙ୍କୁ ୨୮,୨୦୦ ମୋବାଇଲ୍ ହ୍ୟାଣ୍ଡସେଟ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବ୍ୟତୀତ ଏହି ହ୍ୟାଣ୍ଡସେଟ ସହିତ ସଂଯୁକ୍ତ ୨୦ ଲକ୍ଷ ମୋବାଇଲ୍ କନେକ୍ସନକୁ ପୁନ-ଯାଞ୍ଚ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

୨୮,୨୦୦ ମୋବାଇଲର କରାଯାଇଥିଲା ଅପବ୍ୟବହାର :-
ଠକାମୀର ନେଟୱାର୍କକୁ ନଷ୍ଟ କରିବା ଏବଂ ନାଗରିକମାନଙ୍କୁ ଡିଜିଟାଲ୍ ବିପଦରୁ ରକ୍ଷା କରିବା ଏହିପରି କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ । ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ପୋଲିସ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ସାଇବର ଅପରାଧରେ ୨୮,୨୦୦ ମୋବାଇଲ୍ ହ୍ୟାଣ୍ଡସେଟର ଅପବ୍ୟବହାର କରାଯାଇଛି । ଟେଲିକମ୍ ବିଭାଗ (ଡିଓଟି) କହିଛି ଯେ, ଏହି ମୋବାଇଲ୍ ହ୍ୟାଣ୍ଡସେଟ୍ ସହିତ ୨୦ ଲକ୍ଷ ନମ୍ବର ବ୍ୟବହାର କରାଯାଇଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

୨୦ ଲକ୍ଷ କନେକ୍ସନର ଯାଞ୍ଚ କରିବାକୁ ପଡିବ :-

ଏହା ପରେ ଟେଲିକମ୍ ବିଭାଗ ଟେଲିକମ୍ ଅପରେଟରମାନଙ୍କୁ ସାରା ଦେଶରେ ୨୮,୨୦୦ ମୋବାଇଲ୍ ହ୍ୟାଣ୍ଡସେଟ୍ ବ୍ଲକ୍ କରିବାକୁ ଏବଂ ତୁରନ୍ତ ପ୍ରଭାବ ସହିତ ଏହି ହ୍ୟାଣ୍ଡସେଟ୍ ସହିତ ସଂଯୁକ୍ତ ୨୦ ଲକ୍ଷ ମୋବାଇଲ୍ କନେକ୍ସନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଏହା ସହିତ, ପୁନ-ଯାଞ୍ଚ ସମୟରେ ଯଦି କୌଣସି ପ୍ରକାରର ଠକେଇ ମିଳେ ତେବେ ଟେଲିକମ୍ କମ୍ପାନୀଗୁଡ଼ିକୁ ମଧ୍ୟ କନେକ୍ସନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାଇବର ଅପରାଧ ତଥା ଠକେଇ ପାଇଁ ଟେଲିକମର ଅପବ୍ୟବହାରର ମୁକାବିଲା ପାଇଁ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ସରକାର ନିକଟରେ ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ (ଡିଆଇପି) ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.