fbpx
BJD
BJD SKY
BJD SKY

Big Breaking; ଗୁଜୁରାଟର ବିସ୍ଫୋରକ ବ୍ୟାଟିଂ: ଚେନ୍ନାଇ ବିପକ୍ଷରେ ଗିଲ୍-ସୁଦର୍ଶନଙ୍କ ଦମଦାର ଶତକ

ନୂଆଦିଲ୍ଲୀ: ଅହମ୍ମଦାବାଦ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛି ଗୁଜୁରାଟ ଟାଇଟନ୍ସ । ଚେନ୍ନାଇର ସମସ୍ତ ବୋଲରଙ୍କୁ ଟାର୍ଗେଟ କରି ବ୍ୟାଟିଂ ଜାରି ରଖିଛନ୍ତି ଦଳର ଅଧିନାୟକ ଶୁଭମନ ଗିଲ୍ ଏବଂ ଷ୍ଟାର ଓପନର ସାଇ ସୁଦର୍ଶନ । ଏହି ମ୍ୟାଚରେ ଉଭୟ ବ୍ୟାଟର ଦମଦାର ଶତକ ହାସଲ କରିବା ସହିତ ଦଳକୁ ଏକ ବିଶାଳ ସ୍କୋରର ଲକ୍ଷ୍ୟ ଦେଇଛି ଗୁଜୁରାଟ । ଏହି ମ୍ୟାଚରେ ଅଧିନାୟକ ଶୁଭମନ ଗିଲ୍ ମାତ୍ର ୫୦ ବଲରେ ଶତକ ହାସଲ କରିଥିବା ବେଳେ ସାଇ ସୁଦର୍ଶନ ୫୨ ବଲରୁ ଶତକ ହାସଲ କରିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ । ତେବେ ଋତୁରାଜଙ୍କ ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଛି । ଦଳର କୌଣସି ବୋଲର ଗୁଜୁରାଟର ଓପନରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ପାରି ନାହାନ୍ତି । ତେବେ ଏହାର ଫାଇଦା ଉଠାଇ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ଗୁଜୁରାଟର ଅଧିନାୟକ ଶୁଭମନ ଗିଲ୍ ଏବଂ ଷ୍ଟାର ଓପନର ସାଇ ସୁଦର୍ଶନ । ଚେନ୍ନାଇ ବିପକ୍ଷ ଏହି ମ୍ୟାଚରେ ଉଭୟ ଓପନର ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ଶୁଭମନ ମାତ୍ର ୫୨ ବଲରୁ ୯ଟି ଚୌକା ଏବଂ ୬ଟି ଛକା ସହିତ ଶତକ ହାସଲ କରିଥିବା ବେଳେ ସାଇ ସୁଦର୍ଶନ ୫୦ ବଲରୁ ଶତକ ହାସଲ କରିଛନ୍ତି । ତେବେ ୫ଟି ଚୌକା ଏବଂ ୭ଟି ଛକା ସହ ଶତକ ପୂରଣ କରିବା ପରେ ସାଇ(୧୦୩) ତୁଷାର ଦେଶପାଣ୍ଡେଙ୍କ ବଲରେ କ୍ୟାଚ୍ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଏହାପରେ ଗିଲ୍(୧୦୪) ମଧ୍ୟ ଏହି ଓଭରର ଶେଷ ବଲରେ ନିଜ ୱିକେଟ ହରାଇଥିଲେ ।

ତେବେ ୨୦ ଓଭର ଶେଷ ସୁଦ୍ଧା ଗୁଜୁରାଟ ୩ ୱିକେଟ ହରାଇ ୨୩୧ ରନ୍ କରିବାରେ ସଫଳ ହୋଇଛି । ବର୍ତ୍ତମନ ଚେନ୍ନାଇକୁ ଏହି ମ୍ୟାଚରେ ବିଜୟ ପାଇଁ ୨୩୨ ରନର ଏକ ବିଶାଳ ଲକ୍ଷ୍ୟ ଦେଇଛି ଶୁଭମନ ସେନା । ଏହି ମ୍ୟାଚରେ ଚେନ୍ନାଇ ପକ୍ଷରୁ ଏକମାତ୍ର ବୋଲର ଭାବରେ ତୁଷାର ଦେଶପାଣ୍ଡେ ୨ଟି ୱିକେଟ ହାସଲ କରିଥିବା ବେଳେ ଇନିଂସର ଶେଷ ବଲରେ ଶାହରୁଖ ଖାନ୍ ରନ୍ ଆଉଟ ହୋଇଛନ୍ତି । ତେବେ ଗୁଜୁରାଟର ବିସ୍ଫୋରକ ବ୍ୟାଟିଂ ଆଗରେ ଶାର୍ଦ୍ଦୁଳ ଠାକୁରଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।

Get real time updates directly on you device, subscribe now.