fbpx
BJD
BJD SKY
BJD SKY

ଓଜନ କମାଇବା ପାଇଁ ବନ୍ଦ କରୁଛନ୍ତି କି ରାତି ଖାଇବା ? ତେବେ ଭୋଗିପାରନ୍ତି ଏହି ସମସ୍ୟା

ଆଜିକାଲି ଲୋକମାନେ ନିଜ ଓଜନ କମାଇବାକୁ ଡାଏଟିଂ କରୁଛନ୍ତି । କିନ୍ତୁ ସୂଚନା ଅଭାବରୁ ଅନେକ ଥର ଲୋକମାନେ ଡାଏଟିଂ ନାମରେ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତି । ବିଶେଷକରି ଲୋକମାନେ ଓଜନ କମ୍‌ କରିବା ସମୟରେ ରାତିରେ ଖାଇବା ଛାଡିବା ଆରମ୍ଭ କରନ୍ତି । ଯଦିଓ ଏହି ଅଭ୍ୟାସ ଯୋଗୁ ଓଜନ କମ୍‌ ହୁଏ କି ନ ହୁଏ ଏହା ତ ଜଣାନାହିଁ ।

କିନ୍ତୁ ନିଶ୍ଚିତ ଭାବରେ ଏଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ରାତିରେ ନ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ କ’ଣ ପ୍ରଭାବ ପାଡିଥାଏ । ଶୀଘ୍ର ଓଜନ କମ୍‌ କରିବାକୁ ଲୋକମାନେ ରାତିରେ ଖାଇବା ଛାଡି ଦିଅନ୍ତି । ତେବେ ଓଜନ କମ୍‌ କରିବାକୁ, ଲୋକମାନେ କାହାର ପରାମର୍ଶରେ ଏପରି ପରୀକ୍ଷା ଆରମ୍ଭ କରନ୍ତି । କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ ।

ବାରମ୍ବାର ଅସୁସ୍ଥ ହୋଇପାରନ୍ତି :
ଦିନର ତିନୋଟି ମୁଖ୍ୟ ମିଲ୍‌ ହୋଇଥାଏ । ତେବେ ପ୍ରଥମ ମିଲ୍‌ ହେଉଛି ବ୍ରେକ୍‌ଫାଷ୍ଟ, ଦ୍ୱିତୀୟ ମିଲ୍‌ ହେଉଛି ଲଞ୍ଚ୍‌ ଏବଂ ତୃତୀୟ ମିଲ୍‌ ହେଉଛି ଡିନର । ଏପରି ପରିସ୍ଥିତିରେ ଯଦି ଆପଣ ଏହି ଖାଦ୍ୟ ମଧ୍ୟରୁ କୌଣସି ଗୋଟିଏକୁ ଛାଡିଦେବା ଆରମ୍ଭ କରନ୍ତି, ତେବେ ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବରୁ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହେବାକୁ ଲାଗେ, ଯେଉଁଥିପାଇଁ ଆପଣ ବାରମ୍ବାର ଅସୁସ୍ଥ ହୋଇପାରନ୍ତି । ବେଳେବେଳେ ପୋଷକ ତତ୍ତ୍ୱର ଅଭାବ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ।

ଓଜନ କମ୍‌ ହେବା ପରିବର୍ତ୍ତେ ବଢିପାରେ :
ରାତିରେ ଖାଇବା ଛାଡିବା ଆପଣଙ୍କ ଶୋଇବାକୁ ପ୍ରଭାବିତ କରିପାରେ । ଯେଉଁ କାରଣରୁ ଆପଣଙ୍କ ପୂରା ଦିନରେ ନକାରାତ୍ମକ ପରିବର୍ତ୍ତନ କରାଇପାରେ । ଏହା ବ୍ୟତୀତ ରାତିରେ ସଠିକ୍ ନିଦ ନହେବା ମେଟାବୋଲିକ୍ ହାରକୁ କମ୍‌ କରିପାରେ । ରାତି ଖାଇବା ଛାଡିଦେଲେ ଏହା କିଛି ଦିନ ପାଇଁ ଆପଣଙ୍କ ଓଜନ କମ୍‌ କରିଥାଏ କିନ୍ତୁ କିଛି ସମୟ ପରେ ଏହା ଦ୍ୱାରା ଆପଣଙ୍କ ଓଜନ ବଢିପାରେ । ଯାହାଫଲରେ ଆପଣ ଗୁରୁତର ରୋଗର ଶିକାର ହୋଇପାରନ୍ତି ।

ଓଜନ କମ୍‌ କରିବାକୁ, ଆପଣ କେବଳ ଡାଏଟିଂ କିମ୍ବା କେବଳ ଏକ୍ସରସାଇଜ୍‌ କରି ସଠିକ୍ ଫଳାଫଳ ପାଇପାରିବେ ନାହିଁ । କିନ୍ତୁ ଏହି ଦୁଇଟି ଜିନିଷର ଉପଯୁକ୍ତ ମିଶ୍ରଣ ଦ୍ୱାରା ଓଜନ କମ୍‌ ହେବାରେ ସାହାଯ୍ୟ ମିଳିଥାଏ । ତେଣୁ ଏହି ବିଷୟରେ ଜଣେ ବିଶେଷଜ୍ଞଙ୍କଠାରୁ ଉପଯୁକ୍ତ ସୂଚନା ନିଆଯିବା ଉଚିତ ଏବଂ ଏହା ପରେ ଡାଏଟ୍ ଆରମ୍ଭ କରିବା ଉଚିତ ।

ଯଦି ଆପଣ ନିୟମିତ ଭାବେ ରାତିରେ ଖାଇବା ଛାଡିଦିଅନ୍ତି, ତେବେ ଆପଣଙ୍କର ମାଂସପେଶୀ ଦୁର୍ବଳ ହେବାକୁ ଲାଗେ । ବାସ୍ତବରେ, ଯେତେବେଳେ ଆପଣ ଖାଦ୍ୟ ଖାଆନ୍ତି ନାହିଁ, ଆପଣଙ୍କ ଶରୀର ଶକ୍ତି ପାଇଁ ମାଂସପେଶୀ ଟିସୁ ବ୍ୟବହାର କରେ, ଯେଉଁ କାରଣରୁ ଆପଣ ଓଜନ କମ୍‌ ହେବା ପରିବର୍ତ୍ତେ ମାଂସପେଶୀ ସମସ୍ୟାର ଆରମ୍ଭ ହୋଇଥାଏ । ଏହା ବ୍ୟତୀତ, ଯଦି ପୂରା ଖାଇବା ଛାଡିଦେଉଛନ୍ତି, ତାହେଲେ ଏହା ଆପଣଙ୍କ ବ୍ଲଡ ସୁଗାର ଲେବଲ କମ୍‌ ହୋଇପାରେ ।

Get real time updates directly on you device, subscribe now.