fbpx
BJD
BJD SKY
BJD SKY

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: କିଛି ସମୟରେ ମୋଦୀଙ୍କ ମେଗା ରୋଡ୍ ସୋ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ବିଜେପିର ଧ୍ୱଜା ଉଡ଼ାଇବା ଲକ୍ଷ୍ୟରେ ଏକ ମେଗା ରୋଡ୍ ସୋ’ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ସେ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଉ କିଛି ସମୟ ଭିତରେ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ଅଭିମୁଖେ ରୋଡ୍ ସୋ’ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସାରା ଭୁବନେଶ୍ୱର ଦେଖିବ ମୋଦୀଙ୍କ ମେଗା ରୋଡ୍ ସୋ’ । ଏଥିପାଇଁ ମୋଦୀଙ୍କ ଗାଡ଼ି ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବ୍ୟାନରରେ ଭର୍ତ୍ତି ହୋଇଛି ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ଛକ ।

ଭୁବନେଶ୍ୱରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ସହିତ ବିଜେପି ରାଜ୍ୟ ମୁଖ୍ୟାଳୟ ଅଭିମୁଖେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ମିଶନ୍ ଭୁବନେଶ୍ୱର ସହ ମିଶନ୍ ଓଡ଼ିଶା ଲକ୍ଷ୍ୟରେ ରୋଡ୍ ସୋ’ ଆୟୋଜନ କରିଛି ବିଜେପି । ଏହି ବିଶାଳ ରୋଡ୍ ସୋ’ରେ ଭାରତୀୟ ଜନତା ପାର୍ଟିର ପ୍ରାୟ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା ସାମିଲ ହେବେ । ତେବେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀ ବିହାର ଛକ ପର୍ଯ୍ୟନ୍ତ ଏହି ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର ।

ଏଥିପାଇଁ ପୁରା ଅଞ୍ଚଳକୁ ‘ବ୍ଲୁ ବୁକ’ ସୁରକ୍ଷା ନେଇ ବନ୍ଦୋବସ୍ତ କରାଯାଇଛି । ଏସପିଜି କମାଣ୍ଡର, ଜେଡ ପ୍ଲସ ସିକ୍ୟୁରିଟି ଏବଂ ଷ୍ଟେଟ ପୋଲିସ ସମସ୍ତେ ଏହି ‘ବ୍ଲୁ ବୁକ’ ନିୟମ ମୁତାବିକ କାର୍ଯ୍ୟ କରିଥାନ୍ତି । ‘ବ୍ଲୁ ବକ’କୁ ବେଖାତିର କରିବା ଏମାନଙ୍କ ହାତରେ ନାହିଁ । ବ୍ଲୁ ବୁକ ନିୟମକୁ ଏପଟ ସେପଟ କଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଯଦି ଦେଖିବା ଏହି ବ୍ଲୁ ବୁକ ହେଉଛି ଏକ ଗାଇଡଲାଇନର ଦସ୍ତାବିଜ । ଯେଉଁଥିରେ ଭିଭିଆଇପି ମାନଙ୍କର ସୁରକ୍ଷାକୁ ନେଇ ନିୟମ ଏବଂ କାର୍ଯ୍ୟପନ୍ଥା ଲେଖା ରହିଥାଏ । ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାର ଭାର ଏସପିଜି ପାଖରେ ରହିଛି । ହେଲେ ଏହି ଏସପିଜି ବ୍ଲୁ ବୁକ ଅନୁଯାୟୀ କାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.