fbpx
BJD
BJD SKY
BJD SKY

(Video) ଗେରୁଆ ରଙ୍ଗରେ ଝଲସୁଛି ଜନପଥ… ମୋଦୀଙ୍କ ରୋଡ ସୋ’ରେ ଲୋକାରଣ୍ୟ: ଭୁବନେଶ୍ୱର ଦେଖିଲା ବିଜେପି ପାୱାର

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦମଦାର ଟ୍ରେଲର ଦେଖାଇଛି ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱରରେ ଫୁଟିଛି ପଦ୍ମ । ଗେରୁଆ ରଙ୍ଗରେ ଭରିଯାଇଛି ଜନପଥ, ସବୁଠି ପୁଷ୍ପବୃଷ୍ଟି ସାଙ୍ଗକୁ ବିଜେପିର ଜୟ ଜୟକାର । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର, ସବୁଠି ବିଜେପିର ସମର୍ଥକ ଆଉ ସବୁଠି ମୋଦୀଙ୍କ ଆଗମନର ଖୁସି । ରୋଡ୍ ସୋ’ ନାଁରେ ବିରୋଧୀଙ୍କୁ ବିଶାଳ ଯୁଦ୍ଧର ଆହ୍ୱାନ ଦେଇଛି ବିଜେପି । ବାଜା-ବାଣ ରୋଷଣୀ ସାଙ୍ଗକୁ ଫୁଲ ବର୍ଷାରେ ଶେଷ ହୋଇଛି ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର । ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ସହିତ ସାରା ଓଡ଼ିଶା ଦେଖିଛି ବିଜେପିର ପାୱାର । ଏଥର ଇଲେକ୍ସନ ପାଇଁ ବିରୋଧୀଙ୍କୁ ଟ୍ରେଲର ଦେଖାଇଛନ୍ତି ପିଏମ ମୋଦୀ । ୨୦୨୪ ନିର୍ବାଚନ କଡ଼ା ଟକ୍କର ହେବା ନେଇ ପୂର୍ବ ସଂକେତ ଦେଇଛି ଭାରତୀୟ ଜନତା ପାର୍ଟି ।

ଅପେକ୍ଷାର ଅନ୍ତ ଘଟିଛି । କେବଳ ଭୁବନେଶ୍ୱର ନୁହେଁ, ଆଜି ସାରା ଓଡ଼ିଶା ଦେଖିଛି ମୋଦୀଙ୍କର ମେଗା ରୋଡ ସୋ’ ଆଉ ବିଜେପିର ପାୱାର । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରେ ଶେଷ ହୋଇଛି ଏହି ମେଗା ରୋଡ ସୋ’ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କର ଗହଳି ଜମିଛି । ହାତ ହଲାଇ ସାଧାରଣ ଜନତା ତଥା ଭୋଟରଙ୍କୁ ସମ୍ବୋଧନ କରିଛନ୍ତି ମୋଦୀ । ସୁସଜ୍ଜିତ ଫୁଲ ସଜା ହୋଇଥିବା ଗାଡ଼ିରେ ରୋଡ ସୋରେ ଯାଇଛନ୍ତି ମୋଦୀ । ଏମିତି ଦୃଶ୍ୟ ବିଜେପିକୁ ଭଲ ପାଉଥିବା ଏବଂ ବିଜେପି କର୍ମୀଙ୍କ ମନରେ ଏକ ପ୍ରକାରର ଶକ୍ତି ଭରିଦେଇଛି । ୨୦୨୪ ନିର୍ବାଚନ ନେଇ ମୋଦୀଙ୍କ ଏହି ଓଡ଼ିଶା ଗସ୍ତ ବିଜେପି ପାଇଁ ବିଜେପି ପାଇଁ ମାଷ୍ଟର ଷ୍ଟ୍ରୋକ ହେବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ଏସପିଜି କମାଣ୍ଡୋ ଏବଂ କମିଶନରେଟ ପୋଲିସର ସୁରକ୍ଷା ବଳୟ ମଧ୍ୟରେ ମୋଦୀ କରିଛନ୍ତି ରୋଡ ସୋ । ଆଲୋକ ମାଳାରେ ସୁସଜ୍ଜିତ ହୋଇ ମାଷ୍ଟର କ୍ୟାଣ୍ଟିନ ଠାରୁ ବାଣୀବିହାରର ରାସ୍ତା ସମ୍ପୂର୍ଣ୍ଣ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଯାଇଛି ।

ଲକ୍ଷ ଲକ୍ଷ ଲୋକଙ୍କ ଗହଳିରେ ମୋଦୀ, ଆଉ ସମସ୍ତଙ୍କ ମୁହଁରେ ମୋଦୀ–ବିଜେପିର ନାରା । କିଏ ଉତ୍ତରୀୟ ଦେଉଛି ତ ପୁଣି କିଏ ଉପହାର ସ୍ୱରୂପ ଜଗନ୍ନାଥଙ୍କ ଫଟୋକୁ ବଢ଼ାଇ ଦେଉଛି । ହାତ ହଲାଇ ହସ ହସ ମୁହଁରେ ସମସ୍ତଙ୍କୁ ଭଲପାଇବା ଦେଉଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କୁ ପାଖରେ ପାଇ ଓଡ଼ିଶାବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି । ଭୁବନେଶ୍ୱରରେ ଏହି ରୋଡ ସୋ’ କରି ମୋଦୀ ଓଡ଼ିଶାକୁ ବିଜେପିର ଶକ୍ତି ଦେଖାଇଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପି ଆଜି ଶକ୍ତି ପ୍ରଦର୍ଶନ କରିଛି । ମାଷ୍ଟର କ୍ୟାଣ୍ଟିନ ଛକ ସମ୍ପୂର୍ଣ୍ଣ ଲୋକରଣ୍ୟ ହୋଇଯାଇଛି । ତେବେ ଏହି ମେଗା ରୋଡ ସୋ’ରେ ଏହି ଦୃଶ୍ୟ ବିରୋଧୀଙ୍କୁ ମଧ୍ୟ କିଛି ମାତ୍ରାରେ ଭାବିବାକୁ ବାଧ୍ୟ କରିଦେଇଥିବ । ତେବେ ଭୁବନେଶ୍ୱରରେ ରୋଡ ସୋ’ ସରିବା ପରେ ଆଜି ରାତ୍ରି ରହଣୀ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ସକାଳୁ ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ବରଗଡ଼, ବଲାଙ୍ଗିର , କନ୍ଧମାଳ ଗସ୍ତ କରିବେ ।

Get real time updates directly on you device, subscribe now.