ନୂଆଦିଲ୍ଲୀ :ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ମାର୍କେଟ ରେଗୁଲେଟର ଏସଇବିଆଇ ପରିବର୍ତ୍ତନ କରି ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ପାଇଁ ଚେକ୍, ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ଅନ୍ୟାନ୍ୟ ଫିଜିକାଲ ମୋଡ୍ ଦ୍ୱାରା ପେମେଣ୍ଟ ବନ୍ଦ କରିବାକୁ ବନ୍ଦ କରିଛି । ।
ପରିବର୍ତ୍ତନ ଅଧୀନରେ ୧ ଏପ୍ରିଲ୍ ୨୦୨୨ ରୁ ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ବିନିଯୋଗ କରିବାକୁ ହେଲେ ଆପଣଙ୍କୁ କେବଳ ୟୁପିଆଇ କିମ୍ବା ନେଟବ୍ୟାଙ୍କିଂ ମାଧ୍ୟମରେ ଦେବାକୁ ପଡିବ । ମୋଟ ଉପରେ କହିବାକୁ ଗଲେ, ମାର୍ଚ୍ଚ ୩୧ରୁ ଚେକ୍-ଡିଡି ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ନିବେଶ କରିବାର ସୁବିଧା ବନ୍ଦ ହୋଇଯିବ ଓ କେବଳ ଡିଜିଟାଲ୍ ମାଧ୍ୟମରେ ଏଥିରେ ନିବେଶ କରାଯାଇପାରିବ ।
ତେବେ ନେଟବ୍ୟାଙ୍କିଂ ଓ ୟୁପିଇ ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ସୁବିଧା ଆରାମ୍ଭ ହେବା ପରେ ଏଥିରେ ନିବେଶ କରିବା ଆହୁରି ସହଜ ହୋଇଯିବ । ମାର୍କେଟ ବିଶ୍ଳେଷକମାନେ କହିଛନ୍ତି ଯେ, ଆପ୍ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏବେ ସହଜ ହେବ । ଏହା ସହ ନିବେଶରେ ଲାଗୁଥିବା ବିଳମ୍ବ ମଧ୍ୟ ଶେଷ ହୋଇଯିବ ।