fbpx

ରିଲିଜ୍ ହେଲା KGF-୨ର ଟ୍ରେଲର: ୟଶ୍ ଓ ସଞ୍ଜୁବାବାଙ୍କ ଦମଦାର ଅଭିନୟ, ଘଣ୍ଟାକରେ ଦେଖିଲେଣି ୧.୨ ମିଲିୟନ୍ ଦର୍ଶକ

ନୂଆଦିଲ୍ଲୀ: ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ କେଜିଏଫ୍-୨ର ଟ୍ରେଲର । ଏପ୍ରିଲ ୧୪ ତାରିଖରେ ଫିଲ୍ମଟି ଥିଏଟରରେ ରିଲିଜ ହେବାକୁ ଯାଉଥିବା ବେଳେ ଟ୍ରେଲରକୁ ନେଇ ଦର୍ଶକ ବେଶ ଉକ୍ରଣ୍ଠା ପ୍ରକାଶ କରିଛନ୍ତି । ଟ୍ରେଲରରେ ରକି ଭାଇ ଭୂମିକାରେ ନଜର ଆସିଥିବା ବେଳେ ଅଧୀରା ଭୂମିକାରେ ଆସିଛନ୍ତି ସଞ୍ଜୟ ଦତ୍ତ । ଦୁଇଟି ଯାକ ଚରିତ୍ର ଅତ୍ୟନ୍ତ ଭୟଙ୍କର ଭାବରେ ଚିତ୍ରଣ କରାଯାଇଥିବା ବେଳେ ଫ୍ୟାନଙ୍କୁ ଏହା ବେଶ ପସନ୍ଦ ଆସିଛି । କିଭଳି ଭାବରେ ୟଶଙ୍କ ଚରିତ୍ର ରକି ଭାଇ କୋଲାର ଗୋଲ୍ଡ ଫିଲ୍ଡକୁ ନିଜ କବଜାକୁ ନେଉଛି ଆଉ ଏହା ଉପରେ ରାଜ କରୁଛି ତାହା ଦେଖିବାକୁ ମିଳିଛି ।

ଏହା ସହିତ ଏହି ଫିଲ୍ମରେ ରବୀନା ଟଣ୍ଡନ ପ୍ରଧାନମନ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି । ବେଙ୍ଗାଲୁରୁରେ ଏହି ଟ୍ରେଲର ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଟ୍ରେଲର ଲଞ୍ଚ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ଏହା ବେଶ ଭାଇରାଲ ହୋଇଥିଲା । ମାତ୍ର ଘଣ୍ଟାକରେ ୧୨ ଲକ୍ଷ ଦର୍ଶକ ଏହି ଟ୍ରେଲରକୁ ଦେଖିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୮ରେ ରିଲିଜ ହୋଇଥିବା କେଜିଏଫ୍: ଚାପ୍ଟର ୧ର ଅଦ୍ଭୂତପୂର୍ବ ସଫଳତା ପରେ ଫ୍ୟାନମାନେ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଥିଲେ । ତେବେ ଫିଲ୍ମଟି ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍ ଆଦି ୫ଟି ଭାଷାରେ ମୁକ୍ତିଲାଭ କରିବ । ଜାନୁଆରୀ ୭ ତାରିଖରେ ଫିଲ୍ମର ଟିଜର ଲଞ୍ଚ ହେବା ପରେ ଫ୍ୟାନମାନେ ଏହି ଫିଲ୍ମର ସଫଳତା ନେଇ ବହୁତ କିଛି ଆଶା ରଖିଛନ୍ତି ।

Get real time updates directly on you device, subscribe now.