fbpx

ଆଜିଠୁ ଦୁଇଦିନିଆ ଭାରତ ବନ୍ଦ, ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇବେ ଶ୍ରମିକ ସଂଗଠନ ଓ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍‌) :  ଆଜି- କାଲି ଭାରତ ବନ୍ଦ।  ବିଭିନ୍ନ ଟ୍ରେଡ୍‌ ଉନ୍ନୟନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବା ସହ ସରକାରୀ ବ୍ୟାଙ୍କର ଘରୋଇ କରଣ ଏବଂ ବ୍ୟାଙ୍କି ଆଇନ ଅଧିନିୟମ- ୨୦୨୧କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥି ନେଇ ଦୁଇଦିନ ବ୍ୟାଙ୍କସେବା ପ୍ରଭାବିତ ହେବ ବୋଲି ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।ଏହା ସହିିତ ପେଟ୍ରୋଲ ପମ୍ପ୍‌ଗୁଡ଼ିକ ମଧ୍ୟ ବନ୍ଦ ରହିବ । ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ । ସରକାରଙ୍କ ନୀତି ବିଭିନ୍ନ କ୍ଷେତ୍ରର ଶ୍ରମିକ, ଚାଷୀ ଏବଂ ଜନତାଙ୍କ ସ୍ୱାର୍ଥକୁ ଅତି ମାତ୍ରାରେ ପ୍ରଭାବିତ କରୁଥିବା ସଂଘଗୁଡ଼ିକ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଆଇନ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏହି ବନ୍ଦ ଡାକରାରେ ପରିବହନ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ସାମିଲ ହେବେ । ସେମାନଙ୍କ ସହ ରେଳ ଓ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ତଥା କୋଇଲା, ଇସ୍ପାତ, ତୈଳ, ଟେଲିକମ୍‌ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ୧୨ ଦଫା ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ଆନ୍ଦୋଳନ ସମୟରେ କଳକାରଖାନା, ଦୋକାନ ବଜାର, ବସ୍‌ ଟ୍ରକ୍‌ ଚଳାଚଳ ଓ ପରିବହନ ସେବା ବନ୍ଦ ରହିବ ।

Get real time updates directly on you device, subscribe now.