fbpx

ଯୋଗୀ ୨.୦ ସରକାରରେ ଏନ୍‌କାଉଣ୍ଟର୍‌ ଭୟ: ହାଡକୋର୍‌ ଅପରାଧୀଙ୍କ ଛାତିରେ ପଶିଲା ଛନକା,୧୫ ଦିନରେ ୫୦ ଅପରାଧୀଙ୍କ ଆତ୍ମସମର୍ପଣ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ସରକାରକୁ ଫେରିବା ପରେ ହାଡକୋର୍‌ ଅପରାଧୀଙ୍କ ଛାତିରେ ଛନକା ପଶିଛି । ଏନକାଉଣ୍ଟର ଭୟରେ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କଲେଣି ୫୦ଜଣ ଅପରାଧୀ । କାଳେ ଅପରାଧ କଲେ ଯୋଗୀ ସରକାର ଏନକାଉଣ୍ଟର କରିଦେବେ ସେହି ଭୟରେ ଏବେ ଆତ୍ମସମର୍ପଣ କରିବାକୁ ଥାନାରେ ଅପରାଧୀଙ୍କ ଭିଡ ଦେଖିବାକୁ ମିଳୁଛି ।

କେବଳ ଏତିକି ନୁହେଁ, କିଛି ଅପରାଧୀ ନିଜ ବେକରେ ପ୍ଲାକାର୍ଡ ଟାଙ୍ଗି ବୁଲୁଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ‘ମୁଁ ଆତ୍ମସମର୍ପଣ କରୁଛି । ଦୟାକରି ଗୁଳି କରନ୍ତୁ ନାହିଁ’ । ଉତ୍ତରପ୍ରଦେଶ ପୁଲିସର ଏଡିଜି ଆଇନ ପ୍ରଶାନ୍ତ କୁମାର କହିଛନ୍ତି ଯେ ଏହି ୫୦ ଜଣ ଅପରାଧୀ କେବଳ ଆତ୍ମସମର୍ପଣ କରିନାହାଁନ୍ତି ବରଂ ଅପରାଧ ଛାଡିବା କଥା ମଧ୍ୟ କହିଛନ୍ତି । ଏହି ୧୫ ଦିନ ମଧ୍ୟରେ ଏନକାଉଣ୍ଟରରେ ଦୁଇଜଣ ଅପରାଧୀଙ୍କୁ ଗୁଳି କରାଯାଇଛି । ଏହା ବ୍ୟତୀତ ଅନ୍ୟ ୧୦ ଜଣଙ୍କୁ ଗିରଫ କରାଯାଇଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ମାଇକ୍ରୋ ପ୍ଲାନିଂ କରାଯାଉଛି ବୋଲି କୁମାର କହିଛନ୍ତି । ସେ କହିଛନ୍ତି ଯେ ଗୋଟିଏ ପଟେ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଅନ୍ୟ ପଟେ ୧୧୨ ପାଟ୍ରୋଲିଂକୁ ମଧ୍ୟ ମଜବୁତ କରାଯାଇଛି ।

Get real time updates directly on you device, subscribe now.