fbpx

ବଢିଲା ଇମରାନଙ୍କ ସଙ୍କଟ: ହାତ ଛାଡ଼ିଲା ସହଯୋଗୀ MQM, ଏବେ ଦେବାକୁ ପଡ଼ିବ ଇସ୍ତଫା

ଇସଲାମାବାଦ: ଫ୍ଲୋର ଟେଷ୍ଟ ପୂର୍ବରୁ ପାକିସ୍ତାନ ପ୍ରଧାନନ୍ତ୍ରୀ ଇମରାନ ଖାନଙ୍କୁ ଆଜି ବଡ଼ ଝଟକା ଲାଗିଛି । ଇମରାନ୍ ସରକାରଙ୍କ ହାତ ଛାଡ଼ିଛି ସହଯୋଗୀ MQM । ଆସ୍ଥା ଭୋଟ ପୂର୍ବରୁ ଇମରାନଙ୍କ ସହଯୋଗୀ ପାର୍ଟି MQM ବିରୋଧୀ ଦଳ ସହ ଚୁକ୍ତି କରିସାରିଛି । ଏନେଇ ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଜରଦାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରାବତା କମିଟି MQM ଏବଂ PPP ସିଇସି ଚୁକ୍ତିନାମାକୁ ଅନୁମୋଦନ କରିବ । ଏହା ପରେ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।

ତେବେ ଇମରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ବିରୋଧୀ । ଏହା ଉପରେ ଆଜିଠାରୁ ଆଲୋଚନା ହେବ । କିନ୍ତୁ ଏହା ପୂର୍ବରୁ MQM ଏବଂ PPPର ଚୁକ୍ତି ପରେ ଇମରାନ ଖାନଙ୍କ ସରକାର ବହୁମତ ହରାଇ ସାରିଛି । ଏବେ ସରକାର ପ୍ରତି ୧୬୪ ସଦସ୍ୟଙ୍କ ସମର୍ଥନ ରହିଥିବା ବେଳେ ବିରୋଧୀଙ୍କ ସହ ୧୭୫ ସଦସ୍ୟଙ୍କ ସମର୍ଥନ ରହିଛି । ଆସ୍ଥା ଭୋଟ ଜିଣିବା ପାଇଁ ଦରକାର ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏବେ ଇମରାନ ସରକାରଙ୍କ ଶାସନ କାଳ ଶେଷ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.