fbpx

ପୁଣି ଆସିବ କାଳିଆ ଟଙ୍କା: ବଜେଟରେ ୧୮୭୪ କୋଟି ଟଙ୍କାର ଘୋଷଣା କଲେ ଅର୍ଥମମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସମୁଦାୟ ୧.୧୦ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଲୋକଙ୍କ ପାଖକୁ ପୁଣି ଆସିବ କାଳିଆ ଟଙ୍କା । ୧.୧୦ ଲକ୍ଷ କୋଟିରୁ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୦ ହଜାର କୋଟି ଟଙ୍କା ରଖାଯାଇଛି । ଚଳିତ ବଜେଟରେ କାଳିଆ ଟଙ୍କା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୃଷି ଓ କୃଷକର ବିକାଶ ପାଇଁ କାଳିଆ ଯୋଜନା ନିମନ୍ତେ ୧୮୭୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଅନ୍ୟ ପକ୍ଷରେ ବିପର୍ଯ୍ୟୟ ମୁକାବିଲା ପାଇର୍ ୩୨୦୦ କୋଟି ଟଙ୍କାର ବ୍ୟବସ୍ଥା ରଖାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୨୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ମଧ୍ୟରୁ ୧୮୬୪ କୋଟି ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ରଖାଯାଇଛି । ଏହା ସହିତ ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା ରଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଟଙ୍କିକିଆ ଚାଉଳ ଭଳି ସାମାଜିକ ସୁରକ୍ଷା ଯୋଜନା ସହ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱାରୋପ କରାଯାଇଛି  । ରାଜ୍ୟର ଅର୍ଥନୀତି ଜାତୀୟ ହାରଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି  । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧି ୯ରୁ ୯.୫ ପ୍ରତିଶତ ହେବବୋଲି ଆକଳନ କରାଯାଇଛି  । ପ୍ରତିକୂଳ ପରିସ୍ଥିତି ସତ୍ୱେ ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି  ।

Get real time updates directly on you device, subscribe now.