fbpx

ଦାୟିତ୍ୱ ଗ୍ରହଣ କଲେ ରାଇଘର ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ

ରାଇଘର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧ୍ୟକ୍ଷ ନବିନା ନାୟକ ଏବଂ ଉପାଧ୍ୟକ୍ଷ ଗୁପ୍ତପ୍ରସାଦ ଝା । ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଉଭୟ ନବନିର୍ବାଚିତ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା କରିଥିଲେ । ରାଇଘର ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ଦାୟିତ୍ୱ ପାଇଁ ସ୍ୱାଗତ ଜଣାଇଛନ୍ତି ।

ଉଭୟ ନବ ନିର୍ବାଚିତ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ଅନେକ ନେତା ଏବଂ ରାଜନେତା ଉପସ୍ଥିତ ରହିଥିଲେ । ରାଇଘର ବ୍ଲକ ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସମେତ ଉମରକୋଟ କୌର ପରିଷଦ ଅଧ୍ୟକ୍ଷା ରାଧା ଭତରା ଏବଂ ଅନ୍ୟ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥି ସହିତ ରାଇଘର ସାମ୍ବାଦିକ ସଂଘର ସଭାପତି ଭବାନୀ ନାୟକ, ସମ୍ପାଦକ ଲଳିତ ମୋହନ ନାୟକ, ଉପଦେଷ୍ଟା କିରଣ ପଟ୍ଟନାୟକ, ଜିଲ୍ଲା କୋଡିନେଟର ଅମିୟ ମହାପାତ୍ର, ମନୋଜ ରାଜପୁତ, ପିଣ୍ଟୁ ମହାରଣା, ଆଶିଷ ମଜୁମଦାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.