fbpx

ଦଶମ ପାଶଙ୍କୁ ମିଳିବ ରେଲୱେ ଚାକିରି: ଆପ୍ରେଣ୍ଟ୍ରିସିଶିପ୍ ପାଇଁ ରହିଛି ବମ୍ପର ଭ୍ୟାକେନ୍ସି

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ବମ୍ପର ନିଯୁକ୍ତିର ସୁଯୋଗ । ଦଶମ ପାଶ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିର ବଡ ସୁଯୋଗ ଆଣିଛି ଭାରତୀୟ ରେଳବାଇ । ବନାରସ ଲୋକୋମୋଟିଭ୍ ୱାକର୍ସ(ବିଏଲଡବ୍ଲ୍ୟୁ)ରେ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ନିଯୁକ୍ତିର ବଡ ସୁଯୋଗ । ଆଇଟିଆଇ ଏବଂ ନନ ଆଇଟିଆଇ ବର୍ଗରେ ସୃଷ୍ଟି ହୋଇଛି ଏହି ବଡ ଭ୍ୟାକେନ୍ସି । ଆପ୍ରେଣ୍ଟ୍ରିସିଶିପ ପାଇଁ ୩୭୪ଟି ଖାଲିପଦ ସୃଷ୍ଟି ହୋଇଛି । ଆଇଟିଆଇ ପାଇଁ ୩୦୦ଟି ଆପ୍ରେଣ୍ଟ୍ରିସିଶିପ ପଦ ଖାଲି ରହିଥିବା ବେଳେ ନନ ଆଇଟିଆଇ ପାଇଁ ୭୪ଟି ଖାଲିପଦ ରହିଛି । ଏହି ଲିଙ୍କରେ https://blw.indianrailways.gov.in/ କ୍ଲିକ୍ କରି ଇଚ୍ଛୁକ ପ୍ରାର୍ଥୀ ମାନେ ଆବେଦନ କରିପାରିବେ ।

ଶିକ୍ଷଗତ ଯୋଗ୍ୟତା: ଆଇଟିଆଇ ଆପ୍ରେଣ୍ଟ୍ରିସିଶିପ ପାଇଁ ଆବେଦନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଦଶମ ପାଶ କରିଥିବା ଆବଶ୍ୟକ । ଏହା ସହିତ ଉପଯୁକ୍ତ ଟ୍ରେଡରେ ଆଇଟିଆଇ ସହିତ ୫୦ ପ୍ରତିଶତ ମାର୍କ ରହିଥିବା ନିହାତି ଆବଶ୍ୟକ । ଅଣ ଆଇଟିଆଇ ଆପ୍ରେଣ୍ଟ୍ରିସିଶିପ ପାଇଁ ଦଶମ ପାଶ କରିଥିବା ଆବଶ୍ୟକ । ତେବେ ଏହି ବିଜ୍ଞପ୍ତି ବାହାରିବା ପୂର୍ବରୁ ପାଶ କରିଥିବା ଏବଂ ଅନ୍ୟୁନ ୫୦ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀ ଏହି ଆବେଦନ କରିପାରିବେ ।

ଏହି ଆପ୍ରେଣ୍ଟ୍ରିସିଶିପ ପାଇଁ ଆବେଦନ କରିବାକୁ ଆଇଟିଆଇ ପାଇଁ ବୟସ ସୀମା ୧୫-୨୨ ରହିଥିବା ବେଳେ ଅଣ ଆଇଟିଆଇ ପାଇଁ ବୟସ ସୀମା ୧୫-୨୪ ରହିଛି । ଉଭୟ ଆଇଟିଆଇ ଏବଂ ଅଣ ଆଇଟିଆଇ ପାଇଁ ପରୀକ୍ଷା ଦେୟ ୧୦୦ ଟଙ୍କା ରଖାଯାଇଥିବା ବେଳେ ଏହାର ପେମେଣ୍ଟ ଅନଲାଇନ କରିବାକୁ ପଡିବ ।

Get real time updates directly on you device, subscribe now.