fbpx

ଷଣ୍ଢ ଉପରେ ବସି ଦେଖାଉଥିଲେ ଖେଳ: ରାଗରେ ଆସି ମାରିଲା ଏପରି ଲାତ ଯେ,….ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଆପଣମାନେ ବୁଲ୍ ରାଇଣ୍ଡିଂର ଅନେକ ଭିଡିଓ ତ ଦେଖିଥିବେ, ଯେଉଁଥିରେ କୌଣସି ବ୍ୟକ୍ତି ଷଣ୍ଢ ଉପରେ ବସି ଖେଳ ଦେଖାଉଥିବାର ଚେଷ୍ଟା କରୁଥିବ । କିନ୍ତୁ ଏହି ଖେଳର କିଛି ଭିଡିଓ ଅନେକ ବିପଦଜ୍ଜନକ ମଧ୍ୟ ରହିଛି, ଯାହାକୁ ଦେଖି ଆପଣଙ୍କ ବି ଲୋମ ଟାଙ୍କୁରି ଯିବ । ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ରାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖି ଆପଣଙ୍କ ନିଶ୍ୱାଃସ ବନ୍ଦ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେବେ ।

ତେବେ ଇଣ୍ଟରନେଟରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢ ଉପରେ ବସି ଥିବାର ଦେଖିବାକୁ ମିଳିଛି । କିନ୍ତୁ ଷଣ୍ଢଟି ରାଗରେ ଆସି ବ୍ୟକ୍ତିଙ୍କୁ ଜୋରରେ ଲାତ ମାରିଛି । ଲାତ ମାରିବା ଫଳରେ ବ୍ୟକ୍ତି ଜଣକ କିଛି ଦୂରକୁ ଛିଟିକ୍ କି ପଡ଼ିଛନ୍ତି । ବ୍ୟକ୍ତି ଜଣକ ଏପରି ପବନରେ ଯାଇ ଖଣ୍ଡେ ଦୂରରେ ପଡିଛନ୍ତି, ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡିଓରେ ଆପଣଙ୍କୁ ଦେଖିବାକୁ ମିଳିବ କି, ଜଣେ ବ୍ୟକ୍ତି ଶକ୍ତିଶାଳୀ ଷଣ୍ଢ ଉପରେ ବସି ବୁଲ ରାଇଣ୍ଡିଂର ମଜା ନେଉଛନ୍ତି । କିନ୍ତୁ ଷଣ୍ଢଟି ତାଙ୍କୁ ଲାତ ମାରି ଦୂରକୁ ଫିଙ୍ଗିଦେଉଛି । ଷଣ୍ଢର ଜୋରଦାର ଲାତ ଯୋଗୁଁ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି । ଏପରିକି ବ୍ୟକ୍ତି ଜଣକଙ୍କର ହାଡ ମଧ୍ୟ ଭାଙ୍ଗି ଯାଇଛି । ଏହି ଭାଇରାଲ ଭିଡିଓକୁ wild.exploreranimal ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର ହୋଇଛି ।

Get real time updates directly on you device, subscribe now.