fbpx

ଢ଼େଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଗୁଳି

ଢେଙ୍କାନାଳ: ରାଜ୍ୟରେ ପୌର ରେଜଲ୍ଟ ଆସିବା ପରେ କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଢେଙ୍କାନାଳ ପୌରାଧ୍ୟକ୍ଷା ଘର ଆଗରେ ଫାଙ୍କା ଗୁଳିଚାଳାନା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା ହୋଇଛି । ଗତକାଲି ବିଳମ୍ବିତ ରାତିରେ ଫାଙ୍କା ଗୁଳି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାହ ସହ ୱାର୍ଡ ନମ୍ବର ୧୯ର କାଉନସିଲରଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶାସକ ଦଳ କର୍ମୀମାନେ ଏହି ଆକ୍ରମଣ ଓ ଗୁଳି କରିଥିବା ପୌରାଧ୍ୟକ୍ଷା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.