fbpx

ଉଚ୍ଚନୀଚ୍ଚ ଚିନ୍ତାଧାରାରୁ ବେଶ ଉପରେ କଳା: ରାସ୍ତା କଡର ବାଦକଙ୍କ ଭିଡିଓ ଶେୟାର କଲେ ସଚିନ୍ ତେନ୍ଦୁଲକର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ବେଶ ଭାଇରାଲ ମଧ୍ୟ ହୋଇଛି । ଏହି ଭିଡିଓରେ ରାସ୍ତା କଡରେ କେନ୍ଦେରା ବଜାଉଥିବା ଜଣେ ବାଦକଙ୍କୁ ଦେଖି ବାକୁ ମିଳିଛି । ଏହି କଳାକାର ଜଣଙ୍କ କେନ୍ଦେରା ବଜାଉଥିବା ବେଳେ ଦୁଇଟି ଲୋକ ଗୀତ ଗାଇଥିଲେ ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତକାର ଅଶ୍ୱିନୀ ଭିଡେ ଦେଶପାଣ୍ଡେ । ପଧାରୋ ମାରେ ଦେଶ ଓ ଚତରିୟା ଝିନି ପରି ଦୁଇଟି ଲୋକ ଗୀତ ଗାଇଥିଲେ ଅଶ୍ୱିନୀ ।

ଅଶ୍ୱିନୀ ଦୁଇଟି ଗୀତ ଗାଇଥିବା ବେଳେ ବାଦକ ଜଣଙ୍କ ଚମକ୍ରାର ବାଦନ କରିବା ସହିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସଚିନ୍ ଏହି ଭିଡିଓଟିକୁ ଶେୟାର କରିବା ସହିତ କଳା କିପରି ସମାଜ ଦ୍ୱାରା ସୃଷ୍ଟି କରାଯାଇଥିବା ସୀମାକୁ ଶେଷ କରୁଛି ତାହା କହିଥିଲେ । ଲାଲଚନ୍ଦ ନାମକ ଏହି ଯୁବକ ଜଣଙ୍କ ସହିତ ଦୁଇଟି ଗୀତ ଗାଇ ଥିବାରୁ ଅଶ୍ୱିନୀଙ୍କୁ ଧନ୍ୟବାଦ ଜଣାଇଥିଲେ ସଚିନ୍ । ଅଶ୍ୱିନୀ ଭିଡେ ଦେଶପାଣ୍ଡେ ଜଣେ ଶାସ୍ତ୍ରୀୟ ସଙ୍ଗୀତକାର ଯିଏକି ଜୟପୁର ଅତ୍ରଉଲି ଘରାନାରୁ ପ୍ରଶିକ୍ଷଣ ହାସଲ କରିଛନ୍ତି ।

Get real time updates directly on you device, subscribe now.