fbpx

OAS ସ୍ତରରେ ଅଦଳବଦଳ: କଳ୍ପତରୁ ବେହେରା ହେଲେ CMCର ଅତିରିକ୍ତ କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏଏସ ଅଧିକାରୀ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁସାରେ, କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଛି । ସେହିପରି ଅବିନାଶ ରାଉତଙ୍କୁ ଏସସିସି ରେଜିଷ୍ଟ୍ରାର(ଆଡମିନିଷ୍ଟ୍ରେସନ)ର ଦାୟିତ୍ୱ ଦିଆଯାଇଛି ।

ଏହା ସହ ପ୍ରଶାସନ ବିଭାଗ ଓଏସଡି ହୋଇଛନ୍ତି ଦିଲ୍ଲୀପ କୁମାର ମହାରଣା । କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି ଡିଆରଡିଏ ଭାବେ ବଦଳି କରାଯାଇଛି । ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡିଏର ପିଏ ଭାବେ ବଦଳି ହୋଇଛନ୍ତି । ଫାଲଗୁନୀ ମାଝୀଙ୍କୁ ଗଜପତିର ଆଇଟିଡିଏ ପିଏ ଭାବେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.