fbpx

ସଂସଦରେ ଉଠିଲା ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ: ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ କଲେ ପିନାକୀ ମିଶ୍ର

ନୂଆଦିଲ୍ଲୀ: ସଂସଦରେ ଉଠିଲା ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ । ଶ୍ରୀମନ୍ଦିରର ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମଧ୍ୟରେ କଥା କଟାକଟି । ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ଚାଲିଥିବା ଖନନ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି । ଏହା ଦ୍ୱାରା ଶ୍ରୀମନ୍ଦିର କ୍ଷତି ହୋଇପାରେ । ସେ ଆହୁରି କହିଥିଲେ ରାଜ୍ୟ ସରକାର ଏନଏମଏର ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ କାମ କରୁଥିବା ଅଭିଯୋଗ କରିଛନ୍ତି । ଏହା ସହ ତୁରନ୍ତ ଏହି ଖନନ କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅପରାଜିତା ଅଭିଯୋଗକୁ ବିରୋଧ କରି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ରାଜ୍ୟରେ କେବେ କୌଣସି ଅବୈଧ ଭାବରେ ପ୍ରକଳ୍ପ କାର୍ଯ୍ୟ ହୁଏନାହିଁ । ପୁରୀରେ ମଧ୍ୟ ଏନଏମଏର ଏନଓସିର କାମ ହେଉଛି । ସେ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ କୌଣସି ଖନନ କାମ ହେଉନାହିଁ ସେଠାରେ କେବଳ ୪ ଟି ଟଏଲେଟ ନିର୍ମାଣ କାର୍ଯ୍ୟ ହେଉଛି । ଏହାଦ୍ୱାରା ମନ୍ଦିରର କୌଣସି କ୍ଷତି ହେବ ନାହିଁ ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଉଠିଥିବା ବିବାଦର ଅନୁଧ୍ୟାନ ପାଇଁ ଗଠନ ହେଲା ଟିମ୍ । ଗୁରୁବାର ବିଧାନସଭାର ବଜେଟ ଅଧିବେଶନର ଶେଷ କାର୍ଯ୍ୟଦିବସରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି । ଏହି କମିଟିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବିକ୍ରମ କେଶରୀ ଆରୁଖ, ପ୍ରତାପ ଜେନା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ନରସିଂହ ମିଶ୍ର, ଦେବୀ ମିଶ୍ର, ଜୟନ୍ତ ଷଡ଼ଙ୍ଗୀ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ରହିବେ । ଏହି ସଦସ୍ୟମାନେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଅନୁଧ୍ୟାନ କରିବେ ।

Get real time updates directly on you device, subscribe now.