fbpx

ଭାରତକୁ ଆମେରିକାର କଡା ଚେତାବନୀ, ଚୀନ ଆକ୍ରମଣ କଲେ ରୁଷ ବଞ୍ଚାଇବାକୁ ଆସିବ ନାହିଁ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଆମେରିକା ରୁଷ ଉପରେ ଅନେକ ପ୍ରକାରର କଟକଣା ଲଗାଇ ସାରିଛି। ନିଜେ ଯେମିତି କଟକଣା ଲଗାଇଛି ଠିକ୍ ସେହି ପରି ଅନ୍ୟ ଦେଶ ମଧ୍ୟ ରୁଷ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାନ୍ତୁ ବୋଲି ଚାହେଁ ଆମେରିକା। କିନ୍ତୁ ଭାରତ ଆମେରିକାର କଟକଣା ସତ୍ତ୍ଵେ ରୁଷ ସହିତ ନିଜ ସଂପର୍କ ଉପରେ ପ୍ରଭାବ ପକାଇବାକୁ ଦେଇ ନାହିଁ। ଏହି କାରଣରୁ ଆମେରିକା ରୁଷଠୁ ଭାରତର ଉର୍ଜା ଏବଂ ଅନ୍ୟ ସାମଗ୍ରୀର ଆମଦାନୀ ଅଧିକ ନହେଉ ବୋଲି ଚାହୁଁଛି।

ୟୁଏସ ଡେପୁଟୀ ରାଷ୍ଟ୍ରୀୟ ସଚିବ ଦଲୀପ ସିଂହ ଗୁରୁବାର କହିଛନ୍ତି, ସେହି ଦେଶଗୁଡିକୁ ମଧ୍ୟ ପରିଣାମ ଭୋଗିବାକୁ ପଡିବ, ଯିଏ ରୁଷ ବିରୋଧରେ ଲଗାଯାଉଥିବା କଟକଣାକୁ ରୋକିବାକୁ ପ୍ରୟାସ କରୁଛନ୍ତି। ଶୀର୍ଷ ଆମେରିକୀୟ-ଭାରତୀୟ ପରାମର୍ଶଦାତା ତଥା ମସ୍କୋ ବିରୋଧରେ ଓ୍ଵାଶିଂଟନ ପକ୍ଷରୁ ଦଣ୍ଡାତ୍ମକ ଆର୍ଥିକ କଟକଣା ଲଗାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦଲୀପ ସିଂହ ୟୁକ୍ରେନ ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିବାକୁ ଆସିଛନ୍ତି।

ଦଲୀପ ସିଂହ ଭାରତକୁ ଚେତାବନୀ ଦେଇ କହିଛନ୍ତି, ରୁଷ ଆପଣଙ୍କ ରକ୍ଷା କରିବାକୁ ଆସିବ ନାହିଁ। ଭାରତ ଏହି ଭ୍ରମରେ ପଡିବା ଉଚିତ୍ ନୁହେଁ ଯେ, ଯଦି ଚୀନ ଏଲଏସର ଉଲ୍ଲଂଘନ କରେ ତେବେ ରୁଷ ତାକୁ ବଞ୍ଚାଇବାକୁ ଆସିବ ନାହିଁ। କାରଣ ଚୀନ ଏବଂ ରୁଷ ଏବେ ପରସ୍ପରର ଗୁରୁତ୍ଵପୂର୍ଣ୍ଣ ସହଯୋଗୀ ପାଲଟିଛନ୍ତି। ଭାରତକୁ ଏହା ବୁଝି ଯିବା ଉଚିତ୍ ବୋଲି ସେ କହିଛନ୍ତି।

 

Get real time updates directly on you device, subscribe now.