fbpx

ସପା ବିଧାୟକଙ୍କ ବିବାଦୀୟ ବୟାନ, କହିଲେ-‘ଯଦି ପାଟି ଫିଟାଅ ତେବେ ଆମ ବନ୍ଧୁକରୁ ବାହାରିବ ଗୁଳି’

ବରେଲି: ୟୁପିର ବରେଲି ଭୋଗିପୁରା ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ବିଧାୟକ ଶାହଜିଲ ଇସଲାମଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁସାରେ, ଶହଜିଲ ଇସଲାମର ସମାଜବାଦୀ ପାର୍ଟିର କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା । ଏହି ସମୟରେ ସେ ୟୁପିର ଯୋଗୀ ସରକାରଙ୍କ ଟାର୍ଗେଟ କରିଥିଲେ । ସେ କହିଥିେଲେ ଯେ, ‘ଯଦି ସେମାନଙ୍କ ମୁହଁରୁ କଥା ବାହାରେ, ତେବେ ଆମ ବନ୍ଧୁକରୁ ଧୂଆଁ ନୁହେଁ ବରଂ ଗୁଳି ବାହାରିବ ।’

ବିଧାୟକ ଶାହଜିଲ କହିଛନ୍ତି ଯେ, ‘ମୁଁ ୨୮ ରେ ଶପଥ ନେବାକୁ ଯାଇଥିଲି ତ ଆମ ପୂର୍ବରୁ ଥିବା ବିଧାୟକ କହିଥିଲେ ଯେ, ଭଲ ହୋଇଛି ଆମର ୧୨୬ ଜଣ ବିଧାୟକ ଆସିଛନ୍ତି । ପୂର୍ବରୁ ୪୭ ଜଣ ବିଧାୟକ ଥିଲେ । କେବେ ଗ୍ୟହକୁ ୩୦ ଆସନ୍ତି ତ ଆଉ କେବେ ୨୫ ଆସନ୍ତି । ସେହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆମକୁ ଅନେକ କିଛି କହିଦେଉଥିଲେ । ଗାଳି ସହିତ ଅନ୍ୟ କାମ ବି କରୁଥିଲେ । ଆଜି ଆମର ଲୋକ ସଂଖ୍ୟା ଭଲ ଅଛି । ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ବିରୋଧୀ ଦଳର ନେତା । ଯଦି ମୁଖ୍ୟମନ୍ତ୍ରୀ ହୋଇ ସିଏମ୍ ଯୋଗୀ ଅପମାନଜନକ କଥା କୁହନ୍ତି, ତେବେ ଆମେ ମଧ୍ୟ ଚୁପ୍ ବସିବୁନି ।’ ତେବେ ଶହଜିଲ ପ୍ରଥମ ବିଧାନସଭା ନିର୍ବାଚନ ୨୦୦୨ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିଲେ ।

Get real time updates directly on you device, subscribe now.