fbpx

ମାଉସୀଙ୍କ ସହ ୨ ବର୍ଷ ଧରି ଚାଲିଥିଲା ରେମାନ୍ସ: ହଠାତ ମହିଳାଙ୍କୁ ହତ୍ୟା କରି ଜାଳିଦେଲା ଅଭିଯୁକ୍ତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା । ନିଜ ମାଉସୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ୩୨ ବର୍ଷୀୟ ମାଉସୀଙ୍କୁ ହତ୍ୟା କରିବା ପରେ ଶବକୁ ଜାଳିଦେଇଛି ୨୨ ବର୍ଷୀୟ ଏହି ଯୁବକ । ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହିବା ପରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡିଛି ।

ରୋହାର ଏକ ଘରୋଇ ଫାର୍ମରେ କାମ କରୁଥିବା ଅଭିଯୁକ୍ତ ୨ ବର୍ଷରୁ ଅଧିକ ସମୟ ଧରି ତାଙ୍କ ବିବାହିତ ମାଉସୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲା । ଏହାର୍ପୂବରୁ ମାଉସୀ ଦୁଇ ଥର ବିବାହ କରିସାରିଥିଲେ । ତେବେ ଗୋଟିଏ ଗାଁରେ ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢି ଉଠିଥିଲା । ତେବ ରବିବାର ନିକଟସ୍ଥ ଏକ ପାହାଡକୁ ଯାଇଥିବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଟିତୁଣ୍ଡ ଏତେ ବଢିଯାଇଥିଲା ଯେ, ଅଭିଯୁକ୍ତ ରାଗରେ ମହିଳାଙ୍କୁ ପଥରରେ ହତ୍ୟା କରିଛି । ଏହାପରେ ପେଟ୍ରୋଲ ଢାଳି ଶବକୁ ଜଳାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଜଣେ ଚୌକିଦାର ଏହି ଘଟଣା ସବୁ ଦେଖିବା ପରେ ଅଭିଯୁକ୍ତ ଏବଂ ତା ଗାଡିର ଫଟୋ ଉଠାଇବା ସହ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଫଟୋ ଜରିଆରେ ପୋଲିସ ଅଭିଯୁକ୍ତକୁ ଟ୍ରେସ କରି ଗିରଫ କରିବାରେ ସଫଳ ହୋଇଛି ।

ଅଭିଯୁକ୍ତଙ୍କୁ ମହିଳା(ମାଉସୀ) ବାରମ୍ବାର ଟଙ୍କା ମାଗୁଥିବାରୁ ତାଙ୍କ ଉପରେ ବିରକ୍ତି ହୋଇଥିଲା ପୁତୁରା । ଏହା ସହିତ ପୂର୍ବରୁ ପୀଡିତା କରିଥିବା ବ୍ଲେଡ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ସୁଯୋଗ ଖୋଜୁଥିଲା ବୋଲି କହିଛନ୍ତି ନାଗୋଥେନ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ନିରୀକ୍ଷକ ତାନାଜୀ ନାରଭାର । ଶେଷରେ ସୁଯୋଗ ପାଇ ମହିଳାଙ୍କୁ ହତ୍ୟା କରିବା ସହ ଶବ ଜାଳି ଦେଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.