fbpx

ପିଏମ କିଷାନ ଯୋଜନାକୁ ନେଇ ଆସିଲା ଖରାପ ଖବର, ଏହି ସୁବିଧା ବନ୍ଦ କଲେ ସରକାର

ନୂଆଦିଲ୍ଲୀ: ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ କେନ୍ଦ୍ର ସରକାର ଏବେ ବିଶେଷ ଧ୍ୟାନ ଦେଉଛନ୍ତି । ଏହି କାରଣ ଯୋଗୁଁ ସରକାରଙ୍କ ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ଅନେକ ଯୋଜନାର ଲାଭ ଯୋଗାଇଦିଆଯାଉଛ, ଯେଉଁଥିରେ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା ମଧ୍ୟ ରହିଛି । ଦେଶର ଚାଷୀମାନେ ଏବେ ପିଏମ କିଷାନ ଯୋଜନାର ଆଗାମୀ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି ।
କିନ୍ତୁ ଏହାରି ମଧ୍ୟରେ ଚାଷୀଙ୍କ ପାଇଁ ଏକ ଆସିଛି ଏକ ଖରାପ ଖବର । ପିଏମ କିଷାନ ସମ୍ମାନ ନିଧି ଯୋଜନା ସହ ଜଡ଼ିତ ଏକ ସୁବିଧାକୁ ବନ୍ଦ କରିଛନ୍ତି ସରକାର । ଏଭଳି ପରିସ୍ଥିତିରେ ୧୧ତମ କିସ୍ତି ଆକାଉଣ୍ଟକୁ ଆସିବ କି ନାହିଁ, ସେନେଇ ଚାଷୀଙ୍କ ମନରେ ସନ୍ଦେହ ରହିଛି ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଥିବା ଚାଷୀଙ୍କ ପାଇଁ ଇ-କେୟାଇସି କରିବା ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଏହା ସହ ଏବେ ଘର ବସି ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଇ-କେୟାଇସି କରିବାର ସୁବିଧାକୁ ସରକାର ବନ୍ଦ କରିଛନ୍ତି ।

ସୂଚନାନୁସାରେ, ଏବେ ଚାଷୀମାନେ ସେମାନଙ୍କର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଖାତାର ଇ-କେୟାଇସି କରିପାରିବେ, କିନ୍ତୁ ଏଥିପାଇଁ ସେମାନଙ୍କୁ ସିଏସସି ସେଣ୍ଟରକୁ ଯିବାକୁ ପଡିବ । କାରଣ ଏଣିକି ପୂର୍ବ ପରି ଓଟିପି ମାଧ୍ୟମରେ ଇ-କେୟାଇସି କରାଯାଇପାରିବ ନାହିଁ । ଏହାର ଅର୍ଥ ଏବେ ଚାଷୀଙ୍କ ପାଖରେ କେବଳ ଅଫଲାଇନ୍ ପ୍ରକ୍ରିୟାରେ ଇ-କେୟାଇସି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।

ତେବେ କେନ୍ଦ୍ର ସରକାର ଏହା ପୂର୍ବରୁ ଇ-କେୟାଇସି କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୨ କୁ ସ୍ଥିର କରିଥିଲେ, କିନ୍ତୁ ବର୍ତ୍ତମାନ ଚାଷୀଙ୍କ ଦାବି ଉପରେ ଏହି ତାରିଖ ବୃଦ୍ଧି କରାଯାଇଛି । ନୂଆ ବ୍ୟବସ୍ଥା ଅନୁସାରେ ସରକାର ବର୍ତ୍ତମାନ ଏହି ତାରିଖକୁ ୩୧ ମେ ୨୦୨୨ କୁ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.