ଜଣେ ପ୍ରଧାନମନ୍ତ୍ରୀ ପିତାଙ୍କ ପରି ଦେଶର ମଙ୍ଗଳ କାମନା କରେ, ପାକିସ୍ତାନର ଜନତା ଆମ ସହିତ ଅଛନ୍ତି- ଇମ୍ରାନ୍ ଖାନ

ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ସରକାରଙ୍କୁ ଝଟକା ଦେବା ପରେ ଇମ୍ରାନ ଦାବି କରିଛନ୍ତି ଯେ ଦେଶର ଜନତା ତାଙ୍କ ସହିତ ଅଛନ୍ତି । ସେ ଦେଶର ଛବିକୁ ସୁଧାରିଛନ୍ତି । ସେ ଦେଶର ଜନତାଙ୍କ ମଙ୍ଗଳ କରିବା ପାଇଁ ରାଜନୀତିକୁ ଆସିଥିବା କହିଛନ୍ତି । ଯୁବ ପିଢ଼ିକୁ ଉନ୍ନତ କାର୍ଯ୍ୟରେ ନିୟୋଜିତ କରିବାକୁ ମୋର ପ୍ରୟାସ ରହିଛି ।

କୌଣସି ଦେଶର ପ୍ରଧାନମନ୍ତ୍ରୀ ଦେଶର ପିତା ପରି ହୋଇଥାନ୍ତି ଏବଂ ଏକ ପିତା ସର୍ବଦା ପିଲାମାନଙ୍କର ମଙ୍ଗଳ ଚାହାନ୍ତି ବୋଲି ସେ କହିଛନ୍ତି । ତେବେ ଆଜି ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରିବେ । ଏହା ପୁର୍ବରୁ ଆଜି ଦ୍ୱିପ୍ରହରରେ ସେ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରିଥିଲେ ।

ଗତକାଲି ସୁପ୍ରିମକୋର୍ଟ ପାକିସ୍ତାନରେ ଚାଲିଥବା ରାଜନୈତିକ ସଂଙ୍କଟକୁ ସମାପ୍ତ କରିଥିଲେ । ଜାତୀୟ ସଂସଦକୁ ପୁନଃସ୍ଥାପିତ କରିବାକୁ ସେ ଦ୍ଦେଶ ଦେଇଥିଲେ । ଏପ୍ରିଲ ୯ ତାରିଖରେ ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହେବାକୁ ଥିବା ଅବିଶ୍ୱାସ ଭୋଟ ପୁର୍ବରୁ ଦେଶରେ ଘୋଡ଼ା ବେପାରକୁ ନେଇ ସାରା ଦେଶରେ ଚିନ୍ତା ପ୍ରକାଶ ପାଇଥିବା ଫୱାଦ୍ ଚୌଧୁରୀ କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଇମ୍ରାନଙ୍କ ବିରୁଦ୍ଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଏକ ବିଦେଶୀ ଷଡ଼ଯନ୍ତ୍ରର ଅଂଶ ବୋଲି ଇମ୍ରାନଙ୍କ ବାଣିକୁ ସେ ଦୋହରାଇଛନ୍ତି ।